Saturday , October 23 2021
Home / ବିଶେଷ / ଜମିବାଡ଼ି ଭାଗ ବଂଟାକୁ ନେଇ ବାପା ଓ ମା ଙ୍କୁ ହତ୍ୟା କରିଛି ବଡ଼ ପୁଅ

ଜମିବାଡ଼ି ଭାଗ ବଂଟାକୁ ନେଇ ବାପା ଓ ମା ଙ୍କୁ ହତ୍ୟା କରିଛି ବଡ଼ ପୁଅ

ରାଉରକେଲା ୨୬/୧୨/୨୦୨୦(ଓଡ଼ିଶା ସମାଚାର)- ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବିଶପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜମି ଭାଗ ବଂଟା କୁ କେନ୍ଦ୍ରକରି ନିଜ ବାପା-ମାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ବଡ଼ ପୁଅ ।
ମିଳିଥିବା ସୂଚନା ଅନୁସାରେ ବିଶ୍ରାଥାନା ନୂଆଗାଁ ବ୍ଲକ୍ ବିଶପୁର ଗ୍ରାମରେ ଜୟ ସିଂ , ତାଙ୍କ ପତ୍ନୀ ଓ ପିଲା, ସାନଭାଇ ସୁନୀଲ ସିଂ, ପିତା ମନବୋଧ ସିଂ ଓ ମାତା ଲୀଳାବତୀ ସିଂ ଙ୍କୁ ନେଇ ପରିବାର । ଜୟ ସିଂ ବାହାର ରାଜ୍ୟରେ କାମ କରନ୍ତି । ସେ ଏବେ ଘରକୁ ଫେରିଥିଲେ । ଗତକାଲି ଜମିବାଡ଼ି ଭାଗ ବଂଟା କୁ କେନ୍ଦ୍ରକରି କଥା କଟା କଟି କ୍ରମେ ଉଗ୍ର ରୂପ ଧାରଣ କରିଥିଲା । ବଡ଼ ପୁଅ ଜୟ ସିଂ ଉତକ୍ଷିପ୍ତ ହୋଇ ଏକ ପନିକି ରେ ପିତା ମନବୋଧ ସିଂ ଓ ମାତା ଲୀଳାବତୀ ସିଂ ଙ୍କ ଗଳା କାଟି ଏକ ଶିଳୁପୁଆରେ ଛେଚି ହତ୍ୟା କରିଥିଲା । ଏଭଳି ନୃଶଂସ କାଣ୍ଡ ଘଟାଇ ଜୟ ସିଂ ଫେରାର ହୋଇ ଯାଇଥିଲା । ଖବର ପାଇ ବିଶ୍ରା ଥାନା ଅଧିକାରୀ ବନୀତା ମାଝୀ ସାଇଂଟିଫିକ୍ ଟିମ୍ ସହିତ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ହତ୍ୟା କାଣ୍ଡରେ ବ୍ୟବହାର ହୋଇଥିବା ପନିକି ଓ ଶିଳୁପୁଆ କୁ ପୁଲିସ ଜବତ କରିବା ସହିତ ଫେରାର ହୋଇଯାଇଥିବା ଅଭିଯୁକ୍ତ ବଡ଼ପୁଅ ଜୟ ସିଂ ଙ୍କୁ ଗିରଫ କରାରଯାଇଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *