Tuesday , October 4 2022
Breaking News
Home / ରାଜନୀତି / କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡା,୨୬/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳର୨୪ତମ ପ୍ରତିଷ୍ଠା ଦିବସ ଉଦୟନଗର ପୈାରାଂଚଳ କଲ୍ୟାଣମଣ୍ଡପ ପଡିଆରେ ଶନିବାର ଦିନ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା । ବିଧାୟକ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ କେନ୍ଦ୍ରାପଡା ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ କାର୍ଯ୍ୟ ନିମନ୍ତେ ଅନୁଦାନ ଯୋଗାଇ ଦେଇଛନ୍ତି । ଯୁବକ ଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଦିର୍ନୀତି ବିରୁଦ୍ଧରେ କାର୍ଯ୍ୟ କରିବା, ସାଧାରଣ ଜନତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ବିଜୁବାବୁଙ୍କ କର୍ମଭୂମୀ କେନ୍ଦ୍ରାପଡା ବିକାଶର କେନ୍ଦ୍ରବିନ୍ଦୁ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୌଣସି ଜାତୀୟ ଦଳ ହରାଇ ପାରିବେ ନାହିଁ । କେନ୍ଦ୍ରାପଡା ସହିତ ବେଇମାନି କରିନାହିଁ କରିବି ନାହିଁ । ଜୀବନ ଥିବା ପର୍ଯ୍ୟନ୍ତ କେନ୍ଦ୍ରାପଡାବାସୀଙ୍କ ସେବା କରିବି ବୋଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ,ନଗର ସଭାପତି ଯଯାତି ମହାନ୍ତି, ବ୍ଲକ ସଭାପତି ସଭାପତି ଆଲୋକ ସାହୁ,ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ନାରାଣୀ ଜେନା, ପୂର୍ବତନ ନଗର ପାଳ ଧିରେନ ସାହୁ, ସଂଖ୍ୟାଲଘୁ ସେଲ ସଭାପତି ସେକ୍ ଚନ୍ଦନ, ଗଦାଧର ମଲ୍ଲିକ, ସରପଂଚ ନରହରି ପାଣି, ପୂର୍ବତନ ନଗରପାଳ ରୋସ୍ନା ସାହୁ, ସୁମିତ୍ରା ପାଢୀ ପ୍ରମୁଖ ଷଷ୍ଠପାଳିରେ ନବୀନ ପଟ୍ଟନାୟକ ପୁର୍ନବାର ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ବକ୍ତବ୍ୟରେ ଦୃଢୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ଯୁବ ସଭାପତି ରାଜେଶ ଦାସ, ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ନଗର ଯୁବ ସଭାପତି ମାନସ ରଞ୍ଜନ ଦାସ, ବ୍ଲକ ଯୁବ ସଭାପତି ସଂଗମ କେଶରୀ ସାମଲ,ବରିଷ୍ଠ ଆଇନ୍ଜୀବୀ ଦେବଦାସ ମହାନ୍ତି, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ୍ତ ସାହୁ, ଆଇନଜୀବୀ ପ୍ରତାପ ଦାସ,ମଙ୍ଗଳ ବରଣ ସିଂ,କାଳୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦୁଷ୍ମନ୍ତ ମଲ୍ଲିକ,ସବିତା ସାହୁ, ପ୍ରକାଶ ପରିଡା, ବିଜୟ ପତି, ମୋହନ ଆଚାର୍ଯ୍ୟ, ରଞ୍ଜନ ସାହୁ, ହିରଣ୍ୟ ପଣ୍ଡା , ଶକ୍ତିକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ମେଡିକାଲ ଛକସ୍ଥିତ ଏବଂ ନୂଆ ବସଷ୍ଟାଣ୍ଡସ୍ଥିତ ବିଜୁବାବୁ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିବା ବେଳେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ପରେ ପରେ ଗରାପୁରସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯିବା ପରେ ବିଜେଡି ଯୁବଛାତ୍ରମାନଙ୍କ ଦ୍ୱାରା ଏକ ମଟରସାଇକେଲ ଶୋଭାଯାତ୍ରା ସହର ପରିକ୍ରମା କରି ସଭାସ୍ଥଳକୁ ଆସିଥିଲା । ଏହି ଅବସରରେ କଲ୍ୟାଣ ମଣ୍ଡପ ପରିସରରେ ବିଧାୟକଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ବିଜେଡି କର୍ମୀମାନେ ୪୧ ୟୁନିଟ ରକ୍ତଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.