Sunday , October 1 2023
Home / ରାଜନୀତି / କଟକ ସଦର ବିଜେପି ପକ୍ଷରୁ କନ୍ଦରପୁର ଠାରେ ସୁଶାସନ ଦିବସ ପାଳିତ  ଓ କେନ୍ଦ୍ରମନ୍ତ୍ରୀ ଙ୍କୁ   ସମ୍ବର୍ଦ୍ଧନା

କଟକ ସଦର ବିଜେପି ପକ୍ଷରୁ କନ୍ଦରପୁର ଠାରେ ସୁଶାସନ ଦିବସ ପାଳିତ  ଓ କେନ୍ଦ୍ରମନ୍ତ୍ରୀ ଙ୍କୁ   ସମ୍ବର୍ଦ୍ଧନା

କଟକ ସଦର, ୨୬/୧୨/୨୦୨୦ (ଓଡିଶା ସମାଚାର/ଅଭୟ ଜେନା): କଟକସଦର ବିଜେପି ନେତା ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ କନ୍ଦରପୁର ବାଜାରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତାରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ  । ଏଥିରେ ଶତାଧିକ ବିଜେପି କର୍ମୀ ଯୋଗଦେଇ ଥିଲେ  । ଏହାପରେ କନ୍ଦରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୬ ତମ ଜନ୍ମ ଦିନକୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଛି ।ଏଥିରେ ରାଜ୍ୟ ବିଜେପି କୃଷକ ମୋର୍ଚାର ଉପସଭାପତି ହୃଷିକେଶ ଜେନା, ମଣ୍ଡଳ ସଭାପତି ଅଭୟ ସ୍ୱାଇଁ,ପୂର୍ବତନ ମଣ୍ଡଳ ସଭାପତି ଗୋକୁଳ ଚନ୍ଦ୍ର ପ୍ରଧାନ, ନିର୍ମଳ ଦାସ ଓ କାଞ୍ଚନ ମହାରଣାଙ୍କ ସହିତ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *