Wednesday , December 8 2021
Home / ସ୍ୱାସ୍ଥ୍ୟ / ୩ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ – ୩୨୫ ନୂଆ ସଂକ୍ରମିତ ଚିହ୍ନଟ

୩ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ – ୩୨୫ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ୨୫/୧୨/୨୦୨୦ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ୩ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ ହୋଇଛି । ମୃତକ ମାନଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ପୁରୁଷ । ମୃତକଙ୍କ ମଧ୍ୟରେ ଜଣେ ଖୋର୍ଦ୍ଧାର ମହିଳା ଥିବା ବେଳେ ଅନ୍ୟ ୨ ଜଣ ପୁରୁଷ ବାଲେଶ୍ୱର ଓ ଢେଙ୍କାନାଳର ଅଟନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୫୦କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୮୬୭ କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩୮ ଜଣ ସ୍ଥାନୀୟ ବାସିନ୍ଦା । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୩୨ଜଣ, ବାଲେଶ୍ୱର ଜିଲ୍ଲାରୁ ୨୮ଜଣ, ବରଗଡ଼ ଜିଲ୍ଲାରୁ ୧୮ଜଣ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ଜଣ, କଟକ ଜିଲ୍ଲାରୁ ୧୯ଜଣ, ଦେଓଗଡ଼ ଜିଲ୍ଲାରୁ ୪ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୫ଜଣ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୧୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ଜଣ, କେନ୍ଦୁଝର ଜିଲ୍ଲାରୁ ୧୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୮ଜଣ, ନବରଙ୍ଗପୁର ଜିଲ୍ଲାରୁ ୨ଜଣ, ନୟାଗଡ଼ ଜିଲ୍ଲାରୁ ୪ଜଣ, ନୂଆପଡ଼ା ଜିଲ୍ଲାରୁ ୧୮ଜଣ, ପୁରୀ ଜିଲ୍ଲାରୁ ୪ଜଣ, ସମ୍ବଲପୁର ଜିଲ୍ଲାରୁ ୨୧ଜଣ, ସୋନପୁର ଜିଲ୍ଲାରୁ ୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୩ଜଣ, ଷ୍ଟେଟ୍ ପୁଲ୍ରୁ ୯ଜଣ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୨୭ ହଜାର ୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୩ ଲକ୍ଷ ୨୨ ହଜାର ୯୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୮୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ୨ ହଜାର ୯୮୯ ଜଣ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୬୭ ଲକ୍ଷ ୭୦ ହଜାର ୧୦୪ ସାମ୍ପୁଲ ଟେଷ୍ଟ୍ ହୋଇଛି। ଓଡ଼ିଶା ସମାଚାର

About admin

Check Also

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ …

Leave a Reply

Your email address will not be published. Required fields are marked *