Friday , September 22 2023
Breaking News
Home / ବିଶେଷ / ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ହେଲେ

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ହେଲେ

ଭୁବନେଶ୍ୱର, ୨୫/୧୨/୨୦୨୦ (ଓଡ଼ିଶା ସମାଚାର)- ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ପରବର୍ତୀ ମୁଖ୍ୟ ଶାସନ ସଚିବ ହେଲେ । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ପରେ ୧୯୮୬ ମସିହାର ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ତାଙ୍କର କାର୍ୟ୍ୟକାଳ ୨୦୨୨ ପର୍ୟ୍ୟନ୍ତ । ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ବରେ ଥିଲେ। ସେହିପରି ପ୍ରଦୀପ କୁମାର ଜେନା ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଅସିତ୍ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ହେଲେ । ଆଞ୍ଚଳିକ ପରିଷଦ, ପର୍ୟ୍ୟଟନ,ଶିଳ୍ପ, କୃଷି ସମେତ କିଛି ବିଭାଗର ମୁଖ୍ୟ ପରାମର୍ଶଦାତା ଭାବେ ଶ୍ରୀ ତ୍ରିପାଠୀ ରହିବେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *