Tuesday , December 7 2021
Breaking News
Home / ସ୍ୱାସ୍ଥ୍ୟ / ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ରଥର କେନ୍ଦ୍ରାପଡାରେ ଶୁଭାରମ୍ଭ

ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ରଥର କେନ୍ଦ୍ରାପଡାରେ ଶୁଭାରମ୍ଭ

କେନ୍ଦ୍ରାପଡା, ୨୫/୧୨/୨୦୨୦(ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ କୋଭିଡ ସଚେତନତା ରଥର ଆଜି କେନ୍ଦ୍ରାପଡା ଜିଲ୍ଲାରେ  ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ୟୁନିସେଫର ମିଳିତ ଆନୁକୁଲ୍ୟରେ ଏଠାରେ ପହଁଚିଥିବା ସଚେତନତା ରଥକୁ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସ୍ୱାଗତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଭ୍ରମଣ ପାଇଁ ସଚେତନତା ରଥକୁ ପତକା ଦେଖାଇ    ଉଦଘାଟନକରି ଜନସାଧାରଣଙ୍କ ସୁରକ୍ଷା ଓ ସଚେତନତା ଦିଗରେ ଏହି ରଥ ଅଭିନବ ପ୍ରଭାବ ପକାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ପରେ ମା’ବୁଢିଯାଗୁଳାଇ ପାଲା ସଙ୍ଘର ଗଗନବିହାରୀ ସିଂଙ୍କ ନେତୃତ୍ୱରେ ପୁରୁଣା ବସଷ୍ଟାଣ୍ଡରେ ପାଲା ପରିବେଷଣ କରାଯାଇ ଶିଶୁ,ଗର୍ଭବତୀ ମହିଳା,ବୃଦ୍ଧବୃଦ୍ଧା ଓ ରୋଗରେ ପଡିଥିବା ବ୍ୟକ୍ତିମାନଙ୍କ ସୁରକ୍ଷା ନିମନ୍ତେ କୋଭିଡ ସଚେତନତା ବାର୍ତା ପାଲା ମାଧ୍ୟମରେ ପ୍ରଚାର କରାଯାଇଥିଲା । ଏହି ସଚେତନତା ରଥ ଜିଲ୍ଲାର ୯ଟି ବ୍ଲକକୁ ପରିକ୍ରମା ସମୟରେ ବିଭିନ୍ନ ଲୋକକଳା ମାଧ୍ୟମରେ ଓ ପ୍ରତ୍ୟେକ ବ୍ଲକର ବ୍ଲକ କଳା ସଙ୍ଘ ମାଧ୍ୟମରେ କୋଭିଡ ସଚେତନତା ବାର୍ତା ପ୍ରଚାର ପ୍ରସାର କରିବ । ହାତକୁ ୪୦ସେକେଣ୍ଡ ସାବୁନରେ ଧୋଇବା,୨ମିଟର ସାମାଜିକ ଦୂରତା ରକ୍ଷା କରିବା ଓ ମୁହଁରେ ମାସ୍କ ସର୍ବଦା ପିନ୍ଧିବା ସମ୍ପର୍କରେ ବ୍ୟାପକ ଜନସଚେତନତା କରିବା ସହ ବିଶେଷ କରି ଏହି ଶୀତଋତୁରେ ନିଜର ଓ ନିଜ ପରିବାରରକୁ କୋଭିଡ ମହାମାରୀରୁ ସୁରକ୍ଷା ସମ୍ପର୍କରେ ସଚେତନ କରାଇବ । ଓଡ଼ିଶା ସମାଚାର

About admin

Check Also

୧୨ ରେ କଟକ ଆସିଵେ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ, ଵିଏସକେୱ।ଇ ର କରିଵେ ଶୁଭାରମ୍ଭ

କଟକ ସଦର, ୦୪/୧୨/୨୦୨୧ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ଲୋକଙ୍କୁ ମାଗଣାରେ ଉନ୍ନତ ମାନର ସ୍ୱ।ସ୍ଥ୍ୟ ସେଵା ଯୋଗାଇ ଦେବାକୁ …

Leave a Reply

Your email address will not be published. Required fields are marked *