Friday , September 29 2023
Breaking News
Home / ରାଜନୀତି / ଭୁବନ ବିଜେପି ତରଫରୁ ବାଜପେୟୀ ଙ୍କ ଜୟନ୍ତୀ ଓ ଯୁବମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧନା ସଭା

ଭୁବନ ବିଜେପି ତରଫରୁ ବାଜପେୟୀ ଙ୍କ ଜୟନ୍ତୀ ଓ ଯୁବମୋର୍ଚ୍ଚା ତରଫରୁ ସମ୍ବର୍ଦ୍ଧନା ସଭା

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ
ଭୁବନ ୨୫/୧୨/୨୦୨୦(ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି,ଭୁବନ ନଗରମଣ୍ଡଳ ତରଫରୁ ବାଉଁଶକଣ ଶିଳ୍ପାଂଚଳ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ନଗରମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ନଗରମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଶତୃଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସନ୍ତା ବର୍ଷ ୨୦୨୧ ପ୍ରଥମାର୍ଦ୍ଧରେ ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ କରିବାକୁ ସରକାର ପ୍ରସ୍ତୁତି ଆରମ୍ଭ କରି ଭୋଟର ତାଲିକାରେ ନାମ ସଂଯୋଗ ଓ ସଂଶୋଧନ ଏବଂ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଚାଲୁରଖିଛନ୍ତି । ତେଣୁ ଯୁବ ବନ୍ଧୁ ମାନେ ସଂଗଠିତ ହୋଇ କାର୍ଯ୍ୟ କଲେ ବିଜେପି କୁ ନିଶ୍ଚୟ ସଫଳତା ମିଳିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରବାଳକାନ୍ତି ସାହୁ,ଓବିସି ମୋର୍ଚ୍ଚା ସଭାପତି ସମୀର କୁମାର ସାହୁ ,ହୃଷିକେଶ ଦାସ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ । ପ୍ରାରମ୍ଭରେ ବାଜପେୟୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ବନ୍ଦେ ମା ତରମ ଗାନ କରାଯାଇଥିଲା । ପୂର୍ବାହ୍ନରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପୂର୍ବତନ ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାରୀ ବିହାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୁବ ମୋର୍ଚ୍ଚା ସଭାପତି ନିର୍ମଳ ଚନ୍ଦ୍ର ଗୁରୁ ଧନ୍ୟବାଦ ଅର୍ପଣ କରିଥଲେ । । ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗବନ୍ଧୁ ଗୁରୁ,ଉପସଭାପତି ଟିଟୁ ଦାସ,ସୁବାସ ଦାସ,ସମ୍ପାଦକ ନିର୍ମଳ ଚନ୍ଦ୍ର ପୋଥାଳ,ଦୀପକ ବେହେରା,କୋଷାଧ୍ୟକ୍ଷ ସୁଶାନ୍ତ ନାୟକ,ଆଇଟି ସେଲ ଡମ୍ବରୁଧର ପାତ୍ର,ସିପୁନ ସାହୁ ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *