Friday , October 29 2021
Home / ବିଶେଷ / ବାଜପାୟୀଙ୍କ ୯୬ତମ ଜୟନ୍ତୀ ପାଳିତ

ବାଜପାୟୀଙ୍କ ୯୬ତମ ଜୟନ୍ତୀ ପାଳିତ

ପାରାଦୀପ ୨୫/୧୨/୨୦୨୦(ଓଡ଼ିଶା ସମାଚାର)- ଅଟଳ ବିହାରୀ ବାଜପାୟୀ ଟ୍ରଷ୍ଟ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ୯୬ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଟ୍ରଷ୍ଟ କାର୍ଯ୍ୟାଳୟରେ ଶୁକ୍ରବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରାଦୀପ ବନ୍ଦର ପୂର୍ବତନ ଲୋକପ୍ରିୟ ଅଧ୍ୟକ୍ଷ ରିେଙ୍କଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ପ୍ରଗତୀରେ ବାଜପାୟୀଙ୍କ ଅବଦାନ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବାଜପାୟୀ ପାର୍କ ଠାରେ ଅଟଳ ବିହାରୀଙ୍କ ପ୍ରତିମୂର୍ତୀ ସ୍ଥାପନା ନିମନ୍ତେ ଭିତି ପ୍ରସ୍ତର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ, ସମାଜସେବୀ ସଂପଦ ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରାଦୀପ ଇଫକୋର ମାନବ ସମ୍ବଳ ଅଧିକାରୀ ଜ୍ଞାନ ଚାନ୍ଦ୍ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ସଂନ୍ଧ୍ୟାରେ ଆୟୋଜିତ ଜୟନ୍ତୀ ସମାରୋହରେ ବାଜପାୟୀଙ୍କ ଜୀବନୀ ଉପରେ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଅଧ୍ୟକ୍ଷ ଅଜିତ୍ ଦାସ ଓ ସାଧାରଣ ସଂପାଦକ ଅରୁଣ ସ୍ୱାଇଁ ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ର ସଦସ୍ୟ ମାନେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *