Saturday , December 4 2021
Home / ବିଶେଷ / ପ୍ରଥମ ଟାଉନ୍ ପ୍ଲାନିଂ ଯୋଜନାରେ ପଟ୍ଟା ବଂଟନ

ପ୍ରଥମ ଟାଉନ୍ ପ୍ଲାନିଂ ଯୋଜନାରେ ପଟ୍ଟା ବଂଟନ

ଭୁବନେଶ୍ୱର, ୨୫/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟର ପ୍ରଥମଟାଉନ ପ୍ଲାନିଂ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭୁବନେଶ୍ୱର  ଉପକଣ୍ଠସ୍ଥ  ଚାରୋଟିି  ଗ୍ରାମର ଗ୍ରାମବାସୀଙ୍କୁ ‘ବିକଶିତ ଅଂଚଳର ଜମିପଟ୍ଟା’ ଆବଂଟନକରିଛନ୍ତି ।  ସେହି  ଗ୍ରାମ ଗୁଡ଼ିକ  ହେଉଛି  ସହଜପୁର,ନାରଗୋଦା,   ସିଜୁପୁଟ   ଓ   ପାଇକରାପୁର ।   ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହରାଂଚଳ ବିକାଶରେ ଓଡିଶା ‘ରୋଲ ମଡେଲ’ ହେବ ବୋଲି ମତ ପ୍ରକାଶ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପଟ୍ଟା ଆବଂଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ,  ସହରାଂଚଳ  ବିକାଶରେ  ନାଗରିକ  ଓ ଗୋଷ୍ଠୀଗତ ଭାଗୀଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା । ଲୋକଙ୍କ  ସହଯୋଗରେ  ସହରାଂଚଳରେ  ଏହିଭଳି ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡିଶାକୁ ଦେଶର ରୋଲ ମଡେଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଯୋଜନାବଦ୍ଧ ବିକାଶ କ୍ଷେତ୍ରରେ ରାଜ୍ୟରେ ଏକନୂଆ ଯୁଗର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ ସମୟସୀମା  ମଧ୍ୟରେ  ଶେଷ  ହେବ  ଏବଂ  ଅନ୍ୟ ସହର ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବ । ସହର ଗୁଡିକ ହେଉଛି  ଅର୍ଥନୈତିକ  ବିକାଶର  ଇଞ୍ଜିନ ।  ଏହାର ନିରନ୍ତର,  ସାମଗ୍ରିକ  ବିକାଶ  ପାଇଁ  ଦୁର୍ବଳ  ଶ୍ରେଣୀର ଲୋକଙ୍କ ପାଇଁ ଏକ ଆର୍ଥôକ ସୁରକ୍ଷା ବଳୟ ସୃଷ୍ଟି ସହିତ ବିକାଶ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଟାଉନ ପ୍ଲାନିଂ କାର୍ଯ୍ୟକ୍ରମରେ ଯୋଜନା ଅଂଚଳର ୪୦ ପ୍ରତିଶତ ଜମିକୁ ରାସ୍ତାଘାଟଆଦି  ବିଭିନ୍ନ  ଭିତିଭୂମିର  ବିକାଶ  ପାଇଁ  ରଖାଯାଏ ।ଭିତିିଭୂମି ବିକାଶ ସହିତ ଜମିର ଦର ବୃଦ୍ଧି ଯୋଗୁଁ ଜମି ମାଲିକମାନେ ଉପକୃତ ହୁଅନ୍ତି । ରାଜ୍ୟରେ ବର୍ତମାନ୫୮ଟି  ରାଜସ୍ୱ  ଗ୍ରାମରେ  ୪୫ଟି  ଟାଉନ  ପ୍ଲାନିଂ କରାଯାଇଛି ।  ପ୍ରାଥମିକଭାବେ  ୪ଟି  ଗାଁର  ଯୋଜନା ଅନୁମୋଦିତ  ହୋଇଛି ।  ଏଥିରେ  ସମୁଦାୟ  ୭୪୬ଏକର  ଜମିରେ  ଭିତିିଭୂମିର  ବିକାଶ  କରାଯାଉଛି । ଭୁବନେଶ୍ୱର କେବଳ ରାଜ୍ୟର ନୁହେଁ, ସାରା ଦେଶରଏକ  ଆକର୍ଷଣୀୟ  ସହର ।  ଏହାର  ଲୋକସଂଖ୍ୟା  ଓ ପରିସୀମା କ୍ରମାଗତଭାବେ ବୃଦ୍ଧି ପାଉଛି । ଏ ଦୃଷ୍ଟିରୁ ଏହାର ସାମଗ୍ରିକ ବିକାଶ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ    (ବିଡିଏ)    ସହରର    ଉପକଣ୍ଠରେ ଜନସାଧାରଣଙ୍କ ଭାଗୀଦାରୀରେ ଟାଉନ ପ୍ଲାନିଂ ଯୋଜନା କାର୍ଯ୍ୟକାରୀ  କରିବା  ପାଇଁ  ପଦକ୍ଷେପ  ନେଇଛନ୍ତି । ଏଥିପାଇଁ ସେହି ଗାଁର ଲୋକ ଧନ୍ୟବାଦାର୍ହ । କ୍ରମବର୍ଦ୍ଧିଷ୍ଣୁ ସହର  ଗୁଡିକର  ଯୋଜନାବଦ୍ଧ  ବିକାଶ  ପାଇଁ  ଏହା ସଂପୂର୍ଣ୍ଣ  ଭାବେ  ଏକ  ସ୍ୱଚ୍ଛ  ଓ  ବାସ୍ତବବାଦୀ  ଉପାୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିିଥିଲେ । ଗୃହ  ନିର୍ମାଣ  ଓ  ନଗର  ଉନ୍ନୟନ  ମନ୍ତ୍ରୀ  ପ୍ରତାପ ଜେନା କହିଥିଲେ, ରାଜ୍ୟରେ ପ୍ରଥମ ଥର ପାଇଁ ବିଡିଏ ପକ୍ଷରୁ  ଭୁବନେଶ୍ୱରରେ  ଏଭଳି  ଅଭନବ  ଯୋଜନା କାର୍ଯ୍ୟକାରୀ କରାଯାଇଛି । ସହରର ଭିତିିଭୂମି ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।ମୁଖ୍ୟ  ଶାସନ  ସଚିବ  ଅସିତ  ତ୍ରିପାଠୀ,  ଉନ୍ନୟନ କମିଶନର  ସୁରେଶ  ଚନ୍ଦ୍ର  ମହାପାତ୍ର,  ଅର୍ଥ  ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ଗୃହ ନିର୍ମାଣ ଓ ନଗର   ଉନ୍ନୟନ   ବିଭାଗର   ପ୍ରମୁଖ   ସଚିବ   ଜି.ମାଥିଭାତନନ୍,  ରାଜସ୍ୱ  ବିଭାଗର  ପ୍ରମୁଖ  ସଚିବ ବିଷ୍ଣୁପଦ  ସେଠୀ  ଓ  ପୂର୍ତ  ବିଭାଗର  ସଚିବ  କିଶନକୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତଥିଲେ । ୫-ଟି ସଚିବ ଭି. କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *