ଗରଦପୁର, ୨୫/୧୨/୨୦୨୦ (ଓଡ଼ିଶା ସମାଚାର)- ପୂଜ୍ୟ ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥିଙ୍କ ଜୟନ୍ତୀ ଅବସରରେ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ପକ୍ଷରୁ ଭୁବନେଶ୍ୱର ସ୍ଥିତ ଝାରପଡା ଜେଲ ଅନ୍ତେବାସୀଙ୍କୁ ପାଠ୍ୟ ପୁସ୍ତିକା ବଣ୍ଟନ କରାଯାଇଥିଲା ।ଏଥିସହିତ ଉକ୍ତ କାର୍ଯ୍ୟକ୍ରମରେ ଭୀମ ଭୋଇ ଦୃଷ୍ଟିହୀନ ଛାତ୍ରାବାସର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଇ ଭଜନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଡ଼. ରୁଦ୍ର ମହାନ୍ତି, ରାଜଲଷ୍ମୀ ମହାନ୍ତି, ଡ଼.ଟୁନା ସାହୁ, ଅଜିତ ଷଡ଼ଙ୍ଗୀ, ଚନ୍ଦନ ସାମନ୍ତରାୟ ଓ ସଚିନ ସେନାପତି ଆଦି ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର