Friday , September 22 2023
Breaking News
Home / ବିଶେଷ / ଓଡ଼ିଶା ବ୍ରାହ୍ମଣ ସମିତି ପକ୍ଷରୁ ତୁଳସୀ ଜନ୍ମ ଦିବସ ପାଳିତ

ଓଡ଼ିଶା ବ୍ରାହ୍ମଣ ସମିତି ପକ୍ଷରୁ ତୁଳସୀ ଜନ୍ମ ଦିବସ ପାଳିତ

ସାଲେପୁର,୨୫/୧୨/୨୦୨୦(ଓଡିଶା ସମାଚାର/ ଅଭୟ ଜେନା) -କଟକ ଜିଲ୍ଲା ସାଲେପୁର ବ୍ଳକ ଅନ୍ତର୍ଗତ ରାମେଶ୍ଵର ହନୁ ମଞ୍ଛେଶ୍ଵର ଶୈବପୀଠ ରେ ବିଶ୍ଵଶାନ୍ତି ଯଜ୍ଞ ଅବସରରେ ପବିତ୍ର ତୁଳସୀ ଜନ୍ମ ଦିବସ ଉପଲକ୍ଷେ ତୁଳସୀ ପୂଜାର୍ଚ୍ଚନା କରିବାଯିବା ସହିତ ଓଡ଼ିଶା ବ୍ରାହ୍ମଣ ସମିତି ର ବାର୍ଷିକ କ୍ୟାଲେଣ୍ଡର ପଞ୍ଜିକା ଉନ୍ମୋଚନ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ପଣ୍ଡିତ ଅରୂପାନନ୍ଦ କର ଙ୍କ ସଭାପତିତ୍ବରେ ଏହି କାର୍ୟ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମୁକ୍ତିମଣ୍ଡପ ପଣ୍ଡିତ ମହାସଭା ର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର ଯୋଗଦେଇଥିଲେ, ସମ୍ମାନିତ ଅତିଥି ପ୍ରାଚାର୍ୟ୍ୟ ମନୋଜ କୁମାର ପାଣିଗ୍ରାହୀ , ଦୀପକ କୁମାର ଷଡଙ୍ଗୀ,ଅମିୟ ରଞ୍ଜନ ଶତପଥୀ,ବିଜୟ କୁମାର ଶତପଥି, ନିରଞ୍ଜନ ସତପଥି, ରଶ୍ମିରଞ୍ଜନ ପାଣି ପ୍ରମୁଖ ଯୋଗଦାନ କରି ତୁଳସୀ ଦିବସ ର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *