କଟକ/ସାଲେପୁର,୨୫/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ” କଟକ ଜିଲ୍ଲା ସଂଘର କାର୍ଯ୍ୟକାରିଣୀ ବୈଠକ ମା’ ଧାକୁଲେଇ ପୀଠ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ଜିଲ୍ଲା ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ।ଟେଲିଭିଜନ ଜର୍ଣ୍ଣାଲିଷ୍ଟ ଅନୁଜ ଦାସ ଏବଂ ତା’ଙ୍କ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ଘଟଣାକୁ ନେଇ ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଥିଲା û ସାମ୍ବାଦିକ ସୁରକ୍ଷା ପାଇଁ ରାଜ୍ୟ ସରକାର “ମିଡ଼ିଆ ପ୍ରୋଟେକସନ୍ କମିଶନ” ଗଠନ କରନ୍ତୁ ବୋଲି ସଂଘ ପକ୍ଷରୁ ଗୁରୁତ୍ୱାରୋପ କରାଯିବା ସହିତ, ଜିଲ୍ଲାର ପ୍ରତି ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତି ନିଆଯାଇଥିଲା । କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଭାକ୍ସିନ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଥିଲା ।
ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ରଘୁନାଥ ଆଚାର୍ଯ୍ୟ, ଦୀପକ କୁମାର ମଙ୍ଗରାଜ, ସଦର ପ୍ରେସକ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ର,ଜିଲ୍ଲା ଉପ-ସଭାପତି ରମେଶ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକାରିଣୀ ସଭ୍ୟ ଅଭୟ ଜେନା, ଶଶୀ ଭୂଷଣ ଷଢଙ୍ଗୀ, ମନୋରଞ୍ଜନ ଶତପଥୀ, ଅଜିତ ସ୍ୱାଇଁ, ଜିଲ୍ଲା ସଂପାଦକ ପ୍ରଦୀପ୍ ନାୟକ, ଅଜୟ ଦାଶ,ଦୀପକ କୁମାର ବିଶ୍ୱାଳ, ବିଷ୍ଣୁ ଚରଣ ନାୟକ, ସନାତନ ପରିଜା, ଆର୍ତ୍ତତ୍ରାଣ ଦାସ, ସୁରନାରାୟଣ ସାହୁ ଏବଂ ରତ୍ନାକର ବାରିକ ପ୍ରମୁଖ ଗଠନ ମୂଳକ ଆଲୋଚନାରେ ଭାଗନେଇଥିଲେ । ଆସନ୍ତା ଫେବୃଆରୀ ମାସରେ ସଂଘର ବାର୍ଷିକ ଉତ୍ସବ ପାଳନ ଓ ଏକ ସ୍ମରଣିକା ପ୍ରକାଶନ ପାଇଁ ନିଷ୍ପତି ନିଆଯିଆଥିଲା । କାର୍ଯ୍ୟକ୍ରମରେ ସାମ୍ବାଦିକ ହରିହର ସାହୁ, ତୁଷାର ଜ୍ୟୋତି ନାୟକ, ମହେଶ୍ୱର ବେହେରା, ଯଯାତି ସିଂହ, ଦିବାକର ରାଉତ, ରଞ୍ଜନ ବାରିକ, ସୁରେଶ ବଳ, ଅରୁଣ ଲେଙ୍କା,ମହେଶ୍ୱର ପାତ୍ର, ରଶ୍ମି ରଞ୍ଜନ ମଲ୍ଲିକ,ଅଶୋକ ପ୍ରହରାଜ, ସୋମନାଥ ଆଚାର୍ଯ୍ୟ, ସୁରେନ୍ଦ୍ର ସାହୁ,ରାଜକିଶୋର ବେହେରା ପ୍ରମୁଖ ଚାଳିଶିରୁ ଉର୍ଦ୍ଧ୍ଵ ସାମ୍ବାଦିକ ଯୋଗଦେଇଥିଲେ । ଓଡ଼ିଶା ସମାଚାର