Saturday , December 4 2021
Home / ବିଶେଷ / ଷ୍ଟାମ୍ପଭେଣ୍ଡରଙ୍କ ସମସ୍ୟା ସମାଧାନ ପାଇଁ ଦାବି

ଷ୍ଟାମ୍ପଭେଣ୍ଡରଙ୍କ ସମସ୍ୟା ସମାଧାନ ପାଇଁ ଦାବି

ଭୁବନେଶ୍ୱର, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- କୋଭିଡ଼୍ କଟକଣା ପରେ ଷ୍ଟାମ୍ପ ବିକି୍ରକରି ଗୁଜୁରାଣ ମେଂଟାଇ ପାରୁନାହଁନ୍ତି ଷ୍ଟାମ୍ପ ଭେଣ୍ଡର । ଏଥି ପାଇଁ ଷ୍ଟାମ୍ପ ଭେଣ୍ଡରଙ୍କୁ ଇ-ଷ୍ଟାମ୍ପ୍  ରେ ସାମିଲ କରିବା ସହ ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ସମାଧାନ ପାଇଁ ଦାବି ହୋଇଛି । କୋର୍ଟ ପରିସରରେ ଭୁବନେଶ୍ୱର ଷ୍ଟାମ୍ପ ଭେଣ୍ଡର ସଂଘର ବୈଠକ ହୋଇ ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା । ଏଥିରେ ସରକାର ଷ୍ଟାମ୍ପ ଭେଣ୍ଡରଙ୍କ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଛି । ଆଗାମୀ ଦିନରେ ଷ୍ଟାମ୍ପ ଭେଣ୍ଡରମାନେ ଓଡ଼ିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି ।  ସେହିପରି ସଂଘର ନୂତନ କର୍ମକର୍ତା ନିର୍ବାଚିତ ହୋଇଛନ୍ତି । ଏଥିରେ ପ୍ରମୋଦ କୁମାର ସ୍ୱାଇଁ ସଭାପତି, ବିନୋଦ କୁମାର ରାଉତ ସମ୍ପାଦକ, ଅଶ୍ୱିନୀ କୁମାର ମହାପାତ୍ର ଉପ ସଭାପତି, ଲୋକନାଥ ପ୍ରଧାନ ସହ ସମ୍ପାଦକ ଓ ଜନ୍ମଜେୟ ବରାଳ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *