Friday , September 22 2023
Breaking News
Home / ବିଶେଷ / ତ୍ରିନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପବିତ୍ର ଚିତ୍ରୋତ୍ପଳାନଦୀରୁ ଜଳ କଳସୀ ବୁଡ଼ା

ତ୍ରିନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପବିତ୍ର ଚିତ୍ରୋତ୍ପଳାନଦୀରୁ ଜଳ କଳସୀ ବୁଡ଼ା

ଗରଦପୁର ୨୪/୧୨/୨୦୨୦(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ପଂଚାୟତସ୍ଥିତ ଭାତପଡ଼ା ଗ୍ରାମରେ ତ୍ରିନାଥ ଦେବଙ୍କ ମନ୍ଦିର ପ୍ରତିଷ୍ଠା ହେଉଅଛି । ମନ୍ଦିରରେ ତ୍ରିନାଥ ଦେବଙ୍କ ବିଗ୍ରହ ମଧ୍ୟ ପ୍ରତିଷ୍ଠା ହେଉଅଛି । ଏହି ଉପଲକ୍ଷେ ୧୧ ତମ ବାର୍ଷିକ ଉତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ କରାଯାଉଅଛି । ଏହି ଉପଲକ୍ଷେ ଆଜି ପବିତ୍ର ଚିତ୍ରୋପôଳା ନଦୀରୁ ପୁରୁଷ ଓ ମହିଳା ମାନେ ଶୁଭ କଳସୀରେ ଜଳ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଛନ୍ତି । ଏଥି ସହିତ ଯଜ୍ଞର ଶୁଭାଧିବାସ କରାଯାଇ ସୂର୍ଯ୍ୟ ପୂଜା, ଗୋ ପୂଜା, ଅଗ୍ନୀ ସ୍ଥାପନ ଓ ହୋମ ଯଜ୍ଞ କରାଯାଉଅଛି । ଗ୍ରାମରେ ପ୍ରତ୍ୟେକ ପରିବାର ହବିଷ ପାଳନ କରୁଛନ୍ତି । ଭାତପଡ଼ା ଗ୍ରାମବାସୀମାନେ ଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *