Saturday , December 4 2021
Home / ବିଶେଷ / ତଅଁରା ଗନାଇଲୋ ରାସ୍ତା ଶୋଚନୀୟ – ମରାମତି ପାଇଁ ଦାବି 

ତଅଁରା ଗନାଇଲୋ ରାସ୍ତା ଶୋଚନୀୟ – ମରାମତି ପାଇଁ ଦାବି 

ତାରପୁର, ୨୪/୧୨/୨୦୨୦(ଓଡ଼ିଶା ସମାଚାର)- ଗ୍ରାମ୍ୟ ଉନ୍ନୟନ ବିଭାଗ ଜଗତସିଂହପୁର ନିର୍ବାହି ଯନ୍ତ୍ରୀ ତିର୍ତୋଲ ସବଡ଼ିଭିଜନ୍ ଜଇପୁର କନିଷ୍ଠ ଯନ୍ତ୍ରୀଙ୍କ ଅଧିନରେ ଥିବା ରଘୁନାଥପୁର ବ୍ଲକ୍ ତଅଁରା – ଗନାଇଲୋ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଛଅ କିଲୋମିଟର ବିଶିଷ୍ଟ ଏହି ରାସ୍ତାଟି  ଜଗତସିଂହପୁର ସଦର ମହକୁମାକୁ ଯାତାୟତପାଇଁ ସୁବିଧା ହେଉଥିବାରୁ ରେଢ଼ୁଆ, ତଅଁରା, ପୁରୁଣାବସନ୍ତ, ଚିକିଣିଆ ଆଦି ପଂଚାୟତର ଦଶ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ପ୍ରତିବର୍ଷ ଏହି ରାସ୍ତା ମରାମତି କରାଯାଉଥିଲେ ବି ନିମ୍ନମାନର ପିଚୁ ଏବଂ ଗୋଡ଼ି ଓ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ମାତ୍ର ମାସ କେତୋଟିରେ ରାସ୍ତା ନଷ୍ଟ ହୋଇ ଯାଇଥାଏ ।ଯାହାଦ୍ୱାରା ସ୍କୁଲ କଲେଜ ଯାଉଥିବା ଛାତ୍ର ଛାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏହି ରାସ୍ତା ଦେଇ ରେଢ଼ୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନୀୟ ଅଂଚଳର ରୋଗୀମାନେ ଯିବା ଆସିବା କରିଥାନ୍ତି । ତେବେ ରାସ୍ତାଟି ବିଭିନ୍ନ ସ୍ଥାନରେ ପିଚୁ ନଷ୍ଟ ହୋଇଯିବା ସହିତ ବଡ଼ ବଡ଼ ଖାଲ ଖମା ହୋଇଥିବାରୁ ରାତି୍ରି ସମୟରେ ସାଇକେଲ ଆରୋହୀମାନେ ଖାଲ ରେ ପଡ଼ି ଖଣ୍ଡିଆ ଖାବରା ହେବା ସାର ହୋଇଥାଏ । ଏବେ ପର୍ଯ୍ୟଟନ ଋତୁୁ ଚାଲିଥିବାରୁ ଏହି ରାସ୍ତା ନିକଟରେ ଥିବା ଧୃବ ତପସ୍ୟା ସ୍ଥଳୀ ଧଉଳୀ କୁଦ, ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲକୁ ପିକନିକ୍ କରିବା ପାଇଁ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଏହି ରାସ୍ତା ପାଇଁ ହିନସ୍ତା ଭୋଗ  କରୁଛନ୍ତି ।  ତେଣୁ ତୁରନ୍ତ ଏହି ରାସ୍ତାକୁ ମରାମତି କରାଯାଇ ଯାତାୟତର ସୁବନ୍ଦୋବସ୍ତ କରିବା ପାଇଁ ଯୁବ ନେତା ମାନସ କୁମାର ମହାପାତ୍ର (ସାଇ) , ସମାଜସେବୀ ବଟକୃଷ୍ଣ ନାୟକ,  ସମାଜସେବୀ ଡ଼ ସୁରେନ୍ଦ୍ର ମହାପାତ୍ର,  ନାରୀନେତ୍ରୀ ଶାନ୍ତିଲଶତା ଦ୍ୱିବେଦୀ  ଓ କ୍ଷେତ୍ରମୋହନ ବେହରା ପ୍ରମୁଖ ସମ୍ପୃକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଜଗତସିଂହପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *