Wednesday , October 20 2021
Breaking News
Home / କୃଷି / ଜାତୀୟ କୃଷକ ଦିବସ ଅବସରରେ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷିତ

ଜାତୀୟ କୃଷକ ଦିବସ ଅବସରରେ ଅନଲାଇନ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷିତ

କଟକ, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- ଜାତୀୟ କୃଷକ ଦିବସ ଅବସରରେ ସଂକଳ୍ପ ଟିଭି ଏବଂ ରାଜ୍ୟର ପ୍ରଥମ ଛାତ୍ର ସମ୍ପାଦିତ ତ୍ରୟମାସିକ କୃଷି ପତ୍ରିକା ଶ୍ୟାମଳ ସୁବର୍ଣ୍ଣ ପକ୍ଷରୁ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଶ୍ରେଷ୍ଠ ପ୍ରବନ୍ଧ ଭାବେ ବିବେଚିତ ହୋଇଛନ୍ତି ଓୟୁଏଟି,ଭୁବନେଶ୍ୱରର ଦ୍ଵିତୀୟ ବର୍ଷ କୃଷି ଛାତ୍ରୀ ସୁଶ୍ରୀ ପ୍ରାର୍ଥନା ପ୍ରିୟଦର୍ଶିନୀ । କୃଷି ଉଦ୍ୟମିତା ଓ ଯୁବପିଢି ଶୀର୍ଷକ ପ୍ରବନ୍ଧରେ ବିଭିନ୍ନ କୃଷି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ତେବେ ଶ୍ରେଷ୍ଠ ପ୍ରବନ୍ଧ ଲେଖିକାଙ୍କୁ ଆସନ୍ତା ଜାନୁଆରୀ ମାସରେ ସମ୍ବର୍ଦ୍ଧିତ କରାଯିବ ବୋଲି ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ ଜଣାଇଛନ୍ତି । ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହିଭଳି ପ୍ରତିଯୋଗିତା କରାଯାଇ ଓଡ଼ିଶାର କୃଷି ଓ କୃଷକର ମାନଦଣ୍ଡ ବଢ଼ାଇବା ସହ କୃଷି ଗବେଷଣାକୁ ଦ୍ୱିଗୁଣିତ କରାଯାଇ ପାରିବବୋଲି ଶ୍ୟାମଳ ସୁବର୍ଣ୍ଣର ସମ୍ପାଦକ ସ୍ତମ୍ଭକାର ଡି.ଶୁଭମ୍ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମୋଦୀ ଓ ଶାହାଙ୍କ କୁଶପୁତଳିକା ଦାହ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତରେ ଚାଲିଥିବା ଅନ୍ୟାୟ, ଅତ୍ୟାଚାର, କୃଷକ ଗଣହତ୍ୟା. କୃଷକ ଓ  ଶ୍ରମିକ ବିରୋଧୀ ଆଇନ, ଉକôଟ …

Leave a Reply

Your email address will not be published. Required fields are marked *