ସାମାଜିକ ଗଣମାଧ୍ୟମକୁ ସରକାର ନିଜ ନିୟନ୍ତ୍ରଣରେ ରଖିବା ଆବଶ୍ୟକ-ଶଶୀଭୂଷଣ
ଭୁବନେଶ୍ୱର, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- ସାମାଜିକ ଗଣମାଧ୍ୟମକୁ ଲଗାମଛଡା ନଛାଡି ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ନିଜର ମତାମତ ରଖି ମୂଖ୍ୟ ଅତିଥି ଶ୍ରୀ କେନ୍ଦ୍ରାପଡା ବିଧାୟକ ଏବଂ ପ୍ରାକ୍ତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ଉତ୍କଳ ସାମ୍ବାଦିକ ଭବନରେ ଓୟୁଡବ୍ଲିୟୁୁଜେର ରାଜ୍ୟ ମହାଧିବେଶନ ଏବଂ ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ କଲ୍ୟାଣ ନିମନ୍ତେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଉଦବୋଧନ ଦେଇଛନ୍ତି । ରାଜ୍ୟ ସଭା ସାଂସଦ ମୁନ୍ନା ଖାନ ଆନୁସଂଗୀକଭାବେ ଉଦଘାଟନ କରି ସାମ୍ବାଦିକମାନେ ଏକଜୁଟ୍ ହୋଇ ସାମ୍ବାଦିକ ସମୁଦାୟର ସମୁହ ଉନ୍ନତି ବିଧାନ ସକାଶେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବା ଆବଶ୍ୟକ ଏବଂ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମୀକା ନିଭାଉ ଥିବାରୁ ପ୍ରଶଂସା କରିଛନ୍ତି । ନୂତନ ପିଢି ପାଇଁ ସାମାଜିକ ଗଣମାଧ୍ୟମ- ଏକ ଆହ୍ୱାନ ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଏନ୍ ଆଇ ସିର ପ୍ରାକ୍ତନ ବୈଷୟୀକ ନିର୍ଦ୍ଧେଶକ ଡଃ ରବିନ୍ଦ୍ର ନାରାୟଣ ବେହେରା ସାମାଜିକ ଗଣ ମାଧ୍ୟମର ଉପାଦେୟତା ତଥା ସ୍ୱଛତା ଉପରେ ବହୁ ମୂଲ୍ୟବାନ ତଥ୍ୟ ପ୍ରଦାନ କରି ଆଗାମୀ ପିଢିଙ୍କ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସଂଘର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ରାଷ୍ଟୀୟ ସ୍ତରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାକୁ ବିଶ୍ଲେଷଣ କରି ସଂଘର ଏକତା ବଜାୟ ରଖିବାକୁ ନିବେଦନ କରିଥିବା ବେଳେ ଉପଦେଷ୍ଠା ଡଃ ପବିତ୍ର ମୋହନ ସାମନ୍ତରାୟ କର୍ତବ୍ୟରତ ସାମ୍ବାଦିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶାସନିକ ସହଯୋଗ ଲୋଡିଥିଲେ ।ସମ୍ନାନୀତ ଅତିଥି ଉକ୍ତଳ ସାମ୍ବାଦିକ ସଂଘର ସଭାପତି ରୋଟାରିଆନ ବିଭୁତି ଭୂଷଣ କର ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ତରଫରୁ ସାମ୍ବାଦିକମାନଙ୍କ ସୁରକ୍ଷା ସଂକ୍ରାନ୍ତରେ ପାରିତ ହେବାକୁ ଥିବା ବିଲ ସଂପର୍କରେ ସୂଚନା ଦେଇ ଏହାଏକ ସ୍ୱାଗତ ଯୋଗ୍ୟ ପଦେକ୍ଷପ ବୋଲି ମତ ବ୍ୟକ୍ତ କରିଥିଲେ । ସମସ୍ତ ଟ୍ରେଡୟୁନିୟନ ଏକଯୁଟ ହୋଇ ଫୌଜ (ଫେଡେରେସନ ଅଫ ଓକ୍ୱାର୍କିଂ ଜର୍ଣ୍ଣାଲିଷ୍ଟ) ନାମରେ ଏକ ମହା ମଂଚ ଆୟୋଜନ କରାଯିବାର ସୂଚନା ପ୍ରଦାନ କରିଛନ୍ତି । କରୋନା ସମୟରେ ସରକାର କିଛି ସାମ୍ବାଦିକ ମାନଙ୍କୁ ସାହାଯ୍ୟ ପ୍ରଦାନ କରିଥିବାରୁ ରାଜ୍ୟ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସବୁ ସାମ୍ବାଦିକ ସମୁଦାୟ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ପ୍ରାରମ୍ଭରେ ସଭାପତି ସରୋଜ ରଂଜନ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମର ବିଶେଷ ସୂଚନା ଦେଇଥିଲେ ଏବଂ ସାଧାରଣ ସଂପାଦକ ରଜନୀକାନ୍ତ ସାମନ୍ତରାୟ ସଂଘର ବାର୍ଷିକ ବିବରଣୀ ଉପସ୍ଥାପନା କରି ସଂଘ, ସାମ୍ବାଦିକ ସମୁଦାୟମାନଙ୍କପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ, ସକ୍ଷମ, ସଶକ୍ତ ତଥା ସମ୍ମାନ ପାଇଁ ସଂକଳ୍ପବଦ୍ଧ ବୋଲି ଆହ୍ୱାନ ଜଣାଇଥିଲେ । ବିଭିନ୍ନ ସମସ୍ୟା ଘେରରେ ଥାଇ ମଧ୍ୟ ସମ୍ବାଦପତ୍ର ଏବ ସାମ୍ବାଦିକ ମାନଙ୍କଯୋଗୁ ଦେଶରେ ଲୋକତନ୍ତ୍ର ବଳିଷ୍ଠ ଅଛି ବୋଲି ପ୍ରକାଶ କରି ସାମ୍ବାଦିମାନଙ୍କୁ ସୁରକ୍ଷା ଦିଆଯିବା ଆବଶ୍ୟକ ଜରୁରୀ ବୋଲି ଅତିଥିମାନେ ମତ ରଖିଥିଲେ । ଉପସଭାପତି ସଂଜୟଦାସ, ନିମାଇଁ ଚରଣ ଦାସ ଏବଂ ବିଭିନ୍ନ ଜିଲ୍ଲାର ସଭାପତିମାନେ ଉପସ୍ଥିତ ରହି ସଂଘକୁ ମଜବୁତ କରିବାକୁ ଆହ୍ୱାନ ଜଣାଇଥିଲେ । ଉପସଭାପତି ନୃପ କିଶୋର ପଟ୍ଟନାୟକ , କୋଷାଧ୍ୟକ୍ଷ ନିତ୍ୟ ନିରଂଜନ ପଣ୍ଡା, ଜିଲ୍ଲା ସଭାପତି ଅମୂଲ୍ୟ କୁମାର ମହାନ୍ତି, ରାଜ୍ୟ ସଂଯୋଜକ ଓ ଯୁଗ୍ମ ସଂପାଦକ ଡଃରଜନୀକାନ୍ତ ମିଶ୍ର,ଅଧିର ନନ୍ଦ, ଜିତେନ୍ଦ୍ର କୁମାର ପଣ୍ଡା, କାମିନୀକୁମାର ସ୍ୱାଇଁ ,ପର୍ଶୁରାମ ମନ୍ତ୍ରୀ, ବଦ୍ରି ନାରାୟଣ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଡଃ ସରୋଜିନୀ ପାଣି ସଂଯୋଜନା କରିଥିଲେ । ଉପସଭାପତି ସଂଜୟଦାସ ଧନ୍ୟବାଦ ଦେଇଥିଲେ ବୋଲି ସଂଘର ସଭାପତି ସରୋଜରଂଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର