Tuesday , January 18 2022
Breaking News
Home / ବିଶେଷ / ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପଞ୍ଜିକୃତ ହେଲା

ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ପଞ୍ଜିକୃତ ହେଲା

ଭୁବନେଶ୍ୱର, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦ ଅବସରପ୍ରାପ୍ତ କର୍ମଚାରୀ ସଂଘର ପଞ୍ଜିକା (ନଂ-୨୭୧୦-୫୭/୨୦୨୦-୨୧) ପ୍ରଦାନ କରିଛନ୍ତି । ସଂଘର ସଭାପତି ବିଶ୍ୱନାଥ ମହାନ୍ତିଙ୍କୁ ଏହି ପଞ୍ଜିକା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଛି । କୋଭିଡ଼ କଟକଣା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଏହି କାର୍ଯ୍ୟକୁ ସଂଘର ସଭ୍ୟମାନେ ସ୍ୱାଗତ କରିଛନ୍ତି । ପ୍ରକାଶଥାଉକି, ସଂଘ ବିଭିନ୍ନ ଜନସେବା କାର୍ଯ୍ୟରେ ରହିବା ସହ ଓଡ଼ିଶା ଉଚ୍ଚଶିକ୍ଷା ପରିଷଦର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛି । ଏହି ପଞ୍ଜିକା ଦ୍ୱାରା ସଂଘ କାର୍ଯ୍ୟ ଅଧିକ ଶାଣିତ ହେବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଠିକାଦାର ଙ୍କ ମନମୁଖୀ କାର୍ୟ୍ୟ- କାଦୁଅରେ ଭାସୁଛି ଗାଁ ରାସ୍ତା

Leave a Reply

Your email address will not be published. Required fields are marked *