Saturday , October 23 2021
Home / ବିଶେଷ / ଉପନିର୍ବାଚନରେ ସଞ୍ଜୟ ରାଟସିଂହଙ୍କ ବିପୁଳ ବିଜୟ

ଉପନିର୍ବାଚନରେ ସଞ୍ଜୟ ରାଟସିଂହଙ୍କ ବିପୁଳ ବିଜୟ

ନିରାକାରପୁର, ୨୪/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ଓରବରସିଂହ ଗ୍ରାମପଂଚାୟତରେ ସରପଂଚ ପଦବୀ ପାଇଁ ଅନୁଷ୍ଠିତ ହୋଇ ଥିବା ଉପନିର୍ବାଚନରେ ୨୩ତାରିଖ ଦିନ ଭୋଟ ଗଣତି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ନିର୍ବାଚନରେ ସଞ୍ଜୟ ରାଟସିଂହ ୧୨୭୬ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି ଶୈଳଜା ପଟ୍ଟନାୟକ ୯୧୬ ଖଣ୍ଡ ଭୋଟ ପାଇ ପରାଜୟ ବରଣ କରିଥିଲେ । ୩୬୦ ଖଣ୍ଡ ଭୋଟ ବ୍ୟବଧାନରେ ଶ୍ରୀଯୁକ୍ତ ରାଟସିଂହ ବିଜୟୀ ହୋଇଥିଲେ । ସମୁଦାୟ ୨୨୦୭ ସାତଖଣ୍ଡ ଭୋଟ ପୁଲିଙ୍ଗି ହୋଇଥିବା ବେଳେ ୧୫ଖଣ୍ଡ ଭୋଟ ନାକଚ ହୋଇଥିଲା । ବିଜୟ ପରେ ସଞ୍ଜୟଙ୍କ ସମର୍ଥକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଓଡ଼ିଶା ସମାଚାର

About admin

Check Also

“ଯୁବଶକ୍ତି”  ପକ୍ଷରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ପରଜଙ୍ଗ, ୨୨/୧୦/୨୦୨୧(ଓଡ଼ିଶା ସମାଚାର)- ଆଜି “ଯୁବଶକ୍ତି” ସ୍ବେଚ୍ଛାସେବୀ ସଙ୍ଗଠନ ଢେଙ୍କାନାଳ ପକ୍ଷରୁ ଜୟପରା କାଟେଣି ଗ୍ରାମ ପଞ୍ଚାୟତ ମୁଣ୍ଡା ସାହି …

Leave a Reply

Your email address will not be published. Required fields are marked *