Saturday , October 16 2021
Breaking News
Home / ବିଶେଷ / ଇଂ. ପ୍ରଦୀପ କୁମାର ବେହେରା ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ନିଯୁକ୍ତ – ଯାଦବ ମହଲରେ ଖୁସିର ଲହରୀ

ଇଂ. ପ୍ରଦୀପ କୁମାର ବେହେରା ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ନିଯୁକ୍ତ – ଯାଦବ ମହଲରେ ଖୁସିର ଲହରୀ

ଭୁବନେଶ୍ୱର, ୨୪/୧୨/୨୦୨୦ (ଓଡ଼ିଶା ସମାଚାର)- ଉତ୍କଳ ଯାଦବ ମହାସଭା ଯୁବ ସଭାପତି ଇଂ. ପ୍ରଦୀପ କୁମାର ବେହେରା (ଲକି) ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଭାବରେ ନିର୍ବାଚିତ ହୋଇଥିବାରୁ ରାଜ୍ୟର ଯାଦବ ସମୁଦାୟ ବିଶେଷକରି ଯୁବ, ଛାତ୍ର ମହଲରେ ଖୁସିର ଲହରି ଖେଳିଯାଇଛି  । ଏହି ପଦବୀ ପାଇବାରେ ଇଂ. ବେହେରା ପ୍ରଥମ ଓଡ଼ିଆ ଭାବେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି  । ଶ୍ରୀ ବେହେରା ଯାନ୍ତ୍ରିକ ବୈଷୟିକ ଶିକ୍ଷା ଲାଭ ପରେ ଚାକିରୀ ନକରି ନିଜସ୍ୱ ବ୍ୟବସାୟ ପରିଚାଳନା କରିବା ସହିତ ସମାଜସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରି ରାଜ୍ୟର ବିଭିନ୍ନ ଜିଲ୍ଲାର ଯାଦବ ସଂଗଠନକୁ ସକ୍ରୀୟ କରିବା ସେଙ୍ଗସେଙ୍ଗ ଯାଦବମାନଙ୍କର ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ଶିକ୍ଷାଗତ ବିକାଶ ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି  । ଏହାବ୍ୟତୀତ ରାଜ୍ୟର ଦରିଦ୍ର ଓ ଅସହାୟମାନଙ୍କୁ ସହାୟତା କରିବା ସେଙ୍ଗସେଙ୍ଗ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିସ୍ତ ଆସୁଥିବା ଅସହାୟ ରୋଗୀମାନଙ୍କୁ ସହାୟତାର ହାତ ବଢ଼ାଇଥାଆନ୍ତି  । ତାଙ୍କ ନୂତନ ନିୟୋଜନରେ ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ସେଲ୍ ସଂଯୋଜକ ଲକ୍ଷ୍ମୀଧର ବେହେରା, ଭୁବନେଶ୍ୱର ଜିଲ୍ଲା ଯାଦବ ମହାସଭା ସଭାପତି ସରୋଜ କୁମାର ବେହେରା, ଶିକ୍ଷାବିତ୍ ଦୁର୍ଯେ୍ୟାଧନ କାଠୁଆ, ଆନ୍ତର୍ଜାତିକ କ୍ରିକେଟ୍ ପ୍ରଶିକ୍ଷକ କିଶୋର ମାଣିଆ, ପୂର୍ବତନ କର୍ପୋରେଟର ନବକିଶୋର ବେହେରା, ସାମାଜିକ କର୍ମୀ ସନାତନ ବେହେରା, ବାଲିଅନ୍ତା ଯାଦବ ମହାସଭା ସଭାପତି ଧନେଶ୍ୱର ବେହେରା, ସାଧାରଣ ସମ୍ପାଦକ କୃଷ୍ଣକେଶବ ଆପଟ୍ଟ ଓ କୋଷାଧ୍ୟକ୍ଷ ନିଲୁ ବେହେରା ପ୍ରମୁଖ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସେଙ୍ଗସେଙ୍ଗ ତାଙ୍କ ନେତୃତ୍ୱରେ ରାଜ୍ୟର ଯୁବ, ଛାତ୍ର ଯାଦବ ସଂଗଠନ ଆଗାମୀ ଦିନରେ ଅଧିକ ସକ୍ରୀୟ ହେବା ସେଙ୍ଗସେଙ୍ଗ ସାଂସ୍କୃତିକ ପରମ୍ପରା ବିକଶିତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *