Wednesday , October 4 2023
Breaking News
Home / ତାଜା ଖବର / ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର

ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର

ନିରାକାରପୁର, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପଞ୍ଚାୟତ ଚନ୍ଦନପୁର ଗ୍ରାମର ଦିଲ୍ଲୀପ କୁମାର ବେହେରା ଗତକାଲି ରାତି ୯ଟାରେ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ଖବରରୁ ଜଣାପଡିଛି ୨୦ଟି ହାତୀ ନିରାକାରପୁର ଚିତ୍ରକୁଟ ମୁଣ୍ଡିଆ ଓ ଖଜୁରିଆ ଜଙ୍ଗଲରେ ରହୁଥିବାବେଳେ ସନ୍ଧ୍ୟା ନଇଁଲେ ଧାନ ଜମିକୁ ଗଡ଼ି ପାଚିଲା ଧାନ ଖାଇବ ସହ ନଷ୍ଟ କରୁଛନ୍ତି। ଗତକାଲି ସନ୍ଧ୍ୟାରେ ହାତୀପଲ ତଳକୁ ଆସି ତାଳପଡା ଓ ମିରିଗିଦୟନୀ ବିଲ ଗହିରେ ଧାନ ଫସଲ ନଷ୍ଟ କରୁଥବାବେଲେ କାଳେ ଚନ୍ଦନପୁର ଆଡ଼କୁ ପାଲେଇବେ ବୋଲି ତାଙ୍କୁ କିଛି ଲୋକ ଘଉଡ଼ାଇଥିଲେ। ହଠାତ୍ ଗୋଟିଏ ହାତୀ ଆସି ଚନ୍ଦନପୁର ଦିଲ୍ଲୀପ କୁମାର ବେହେରା ଙ୍କୁ ଶୁଣ୍ଡରେ ଧରି ଫୋପାଡି ଦେଇଥିଲା। ତାଙ୍କର କାନ୍ ଓ କାନ୍ଧରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଖୋର୍ଦ୍ଧା ପଠାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *