ଭୁବନେଶ୍ୱର, ୨୩/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟରେ ଶିଶୁ ମୃତୁ୍ୟହାର ଓ ମାତୃ ମୃତୁ୍ୟହାର କମାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୟାସ ଜାରି ରହିଥିବା ବେଳେ, କିଶୋରୀ ବାଳିକାମାନଙ୍କୁ ସଚେତନ କରାଇବା ଦିଗରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ଯାହାକି ବାଲ୍ୟ ବିବାହକୁ ରୋକିବା ଓ ମହିଳା ମାନଙ୍କ ଉପରେ ଘଟୁଥିବା ବିଭିନ୍ନ ପ୍ରକାର ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ମହିଳାମାନଙ୍କୁ ସାହସ ଓ ଶକ୍ତି ଯୋଗାଇ ପାରିବ । ଏହି ପରିପ୍ରେକ୍ଷୀରେ ୱାର୍ଡ଼ଂ ନଂ ୨୯ର କମୁ୍ୟନିଟ ହଲରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ‘କ୍ରାଏ’ କୋଲକତାଙ୍କ ମିଳିତ ସହଯୋଗରେ କିଶୋରୀ ବାଳିକାମାନଙ୍କୁ ନେଇ ‘ଜୀବନ କୌଶଳ ଶିକ୍ଷା’ ସମ୍ପର୍କିତ ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ପୂର୍ବତନ କାଉନସିଲର ଏସ୍.କେ. ନିଜାମୁଦ୍ଧିନଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଧେଶ୍ୟ, ବସ୍ତି ଅଂଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନେ କିପରି ନିଜର ଜୀବନଚର୍ଯ୍ୟାକୁ ଠିକ୍ ଭାବରେ ବୁଝି ସମସାମୟିକ ମାନଙ୍କୁ ନେଇ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିପାରିବେ । ଏଥି ନିମନ୍ତେ ଆବଶ୍ୟକ ହେଉଥିବା ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଥିବା ସରକାରୀ ଯୋଜନାଗୁୁଡ଼ିକ କିପରି ଦାବି କରାଯାଇପାରିବ ଓ ନିଜର ସ୍ୱାସ୍ଥ୍ୟ ଓ ପୃଷ୍ଟିଜନିତ ରକ୍ଷଣାବେକ୍ଷଣ କରିପାରିବେ, ସେ ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ।
ତାଲିମ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞ୍ଜନ କର ଯୋଗ ଦେଇ କିଶୋରୀ ବାଳିକାମାନଙ୍କ ସ୍ୱାସ୍ଥ୍ୟର ଯନô ପାଇଁ ନେବାକୁ ଥିବା ଯତ୍ନ ସହ କିଶୋର ଅବସ୍ଥାରେ ଋତୁସ୍ରାବ ଜନିତ ପରିଷ୍କାର ପରିଚ୍ଛନ୍ନତା, ମନରେ ସୃଷ୍ଟି ହେଉଥିବା ଚପଳତାକୁ ନିୟନ୍ତ୍ରଣ କରିବା, ସବୁଜ ପନିପରିବା ଖାଇବାର ଗୁରୁତ୍ୱ, ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ରକ୍ତହୀନତାର ସ୍ଥିତି ଜାଣିବା, ପଲିଫର ଟାବଲେଟ ଖାଇବା, ଟିଟାନାସ ଟକସାଇଡ଼ ଟୀକା ଠିକ ସମୟରେ ନେବା ଇତ୍ୟାଦି ବିଷୟରେ ଧାରଣା ଦେଇଥିଲେ । ଅନ୍ୟ ପକ୍ଷରେ ଅନୁଷ୍ଠାନ ସହ ଜଡ଼ିତ ଆଉଜଣେ ବରିଷ୍ଠ କର୍ମୀ ସୁଜାତା ମହାପାତ୍ର କୈଶୋର ଅବସ୍ଥାରେ ହେଉଥିବା ଶାରୀରିକ ଓ ମାନସିକ ପରିବର୍ତନକୁ କିପରି ନିୟନ୍ତ୍ରଣ କରି ଧାର୍ଯ୍ୟ କରିଥିବା ନିଜର ଜୀବନ ଲକ୍ଷ୍ୟକୁ ହାସଲ କରିପାରିବେ, ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ତାଲିମ ସମୟରେ ବିଭିନ୍ନ ଦଳଗତ ଆଲୋଚନା, ଖେଳ, ଗପ, ଗୀତ ଇତ୍ୟାଦି ମାଧ୍ୟମରେ ପିଲମାନଙ୍କର ମନ ମଧ୍ୟରେ ଉପରୋକ୍ତ ଶିକ୍ଷାଗୁଡ଼ିକୁ ସଠିକ୍ ରୂପେ ରୋପଣ କରିବା ପାଇଁ ଚେଷ୍ଟା କରାଯାଇଥିôଲା । କାର୍ଯ୍ୟକ୍ରମ ପରିଚାଳନାରେ ରାଜୁ, ମୌସୁମୀ ମହାନ୍ତି, ମମତାଜ, ସୁଭଦ୍ରା, ସସ୍ମିତା ଓ ସୁଶ୍ରୀ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର