Monday , October 18 2021
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦର ପକ୍ଷରୁ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଆତିଥ୍ୟ ପ୍ରଦାନ

ପାରାଦ୍ୱୀପ ବନ୍ଦର ପକ୍ଷରୁ ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଆତିଥ୍ୟ ପ୍ରଦାନ

ପାରାଦୀପ ,୨୩/୧୨/୨୦୨୦ ( ଓଡ଼ିଶା ସମାଚାର)- ଡିସେମ୍ବର ୨୨ତାରିଖ ମଙ୍ଗଳବାର ଦିନ ଭାରତୀୟ ନୌସେନା ପକ୍ଷରୁ ଓଡିଶା ବିଧାୟକ ଓ ମନ୍ତ୍ରୀ ମାନଙ୍କୁ ଗୋଟିଏ ଦିନ ସମୁଦ୍ରରେ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ନିମନ୍ତ୍ରିତ କରାଯାଇଥିଲା । ଏଥିରେ ଓଡିଶା ବିଧାନସଭାର ମାନ୍ୟବର ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ ମାନେ ଭାରତୀୟ ନୌସେନାର ଯୁଦ୍ଧ କୌଶଳ ଦେଖିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ପାରାଦ୍ୱୀପ ବନ୍ଦର କର୍ତୃପକ୍ଷଙ୍କ ପକ୍ଷରୁ ସଂନ୍ଧ୍ୟାରେ ନିମନ୍ତ୍ରିତ ସମ୍ମାନୀତ ଅତିଥି ମାନଙ୍କୁ ଆତିଥ୍ୟ ପ୍ର୍ରଦାନ କରାଯାଇଥିଲା । ପାରାଦ୍ୱୀପ ବନ୍ଦର ବିଦାୟୀ ଅଧ୍ୟକ୍ଷ ରିଙ୍କେଶ ରଏ ବନ୍ଦର ର ପଣ୍ୟ କାରବାର ଏବଂ ଆଗାମୀ ପ୍ରକଳ୍ପ ଗୁଡିକ ବିଷୟରେ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଓଡିଶାର ମାନ୍ୟବର ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ସ୍ଥାନୀୟ ସାଂସଦ ଡା.ରାଜଶ୍ରୀ ମଲ୍ଲିକ ରାଜ୍ୟ ମନ୍ତ୍ରୀ ଓ ବିଧାୟକଗଣ, ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀ, ବନ୍ଦର ଉପାଧ୍ୟକ୍ଷ, ଏ.କେ.ବୋଷଙ୍କ ସମେତ ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମାନ୍ୟବର ବାଚସ୍ପତି ଶ୍ରୀ ପାତ୍ର ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠାତା, ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । ପାରାଦୀପ ବନ୍ଦର ଦ୍ୱାରା ମହାନଦୀ ଉପରେ ଆଗାମୀ ନଦୀ ଭିତିକ ବନ୍ଦର ବିଷୟରେ ଉଲ୍ଲେଖ କରି ଶ୍ରୀ ପାତ୍ର ଓଡିଶାବାସୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଶା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଜରୁରୀ ବୈଠକ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ରବିବାର ଦିନ ଅସ୍ଥାୟୀ ଲଂଚ ଡ୍ରାଇଭର ଓ ଖଲାସୀ ମହାସଂଘର ଏକ ଜରୁରୀ ବୈଠକ ନାଗଭୂଷଣ ଭବନ, …

Leave a Reply

Your email address will not be published. Required fields are marked *