Friday , October 22 2021
Breaking News
Home / ବିଶେଷ / ପାରାଦ୍ୱୀପରେ ନୌସେନା ର ସମରାଭ୍ୟାସ ଦେଖିଲେ ୧୦୨ ବିଧାୟକ

ପାରାଦ୍ୱୀପରେ ନୌସେନା ର ସମରାଭ୍ୟାସ ଦେଖିଲେ ୧୦୨ ବିଧାୟକ

ପାରାଦୀପ ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଓଡିଶା ବିଧାନ ସଭା ର ସଦସ୍ୟ ମାନଙ୍କୁ ପ୍ରଥମଥର ପାଇଁ ଗଭୀର ସମୁଦ୍ର ମଧ୍ୟରେ ସମରାଭ୍ୟାସ ଦେଖେଇବାର ସୁଯୋଗ ଦେଇଛି ଭାରତୀୟ  ନୌସେନା । ଓଡିଶା ବିଧାନ ସଭା ରୁ ୧୦୨ ଜଣ ବିଧାୟକ ଙ୍କୁ ବସ୍ ଯୋଗେ ପାରାଦୀପ ଆସିଥିଲେ ।   ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଙ୍କ ସହିତ ବିଧାୟକ ମାନେ ପିଆଇସିଟି ବର୍ଥ ରେ ଥିବା ଆଇଏନଏସ୍ ଜଲାଶ୍ୱ ଜାହାଜ ରେ ପାରାଦୀପ ସମୁଦ୍ର ମଧ୍ୟ କୁ ଯାଇଥିଲେ । ଗଭୀର ସମୁଦ୍ର ମଧ୍ୟରେ ଆଇଏନଏସ୍ ଜଲାଶ୍ୱ, ଆଇଏନଏସ୍ ଶକ୍ତି, ଆଇଏନଏସ୍ ଶିବାଲୀକ୍, ଆଇଏନଏସ୍ ସହ୍ୟାଦ୍ରୀ, ସମରାଭ୍ୟାସ ପ୍ରଦର୍ଶନ କରିଥିଲେ । ୧୯୭୧ ମସିହା ରେ ଭାରତୀୟ ନୌସେନା ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା । ଏହି ଗୌରବମୟ ୫୦ ତମ ବର୍ଷ ପୂର୍ତି ଉପଲକ୍ଷେ ଭାରତୀୟ ନୌସେନା ପ୍ରଥମ ଥର ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ତାର କାର୍ଯ୍ୟକ୍ରମ ଓଡିଶା ବିଧାନସଭାର ବିଧାୟକ ମାନଙ୍କୁ ଦେଖାଇବା ପାଇଁ ଅନୁରୋଧ କରିଥିଲା  । ଏହି କାର୍ଯ୍ୟକ୍ରମ ଦେଖିଫେରିବା ପରେ ଗଣ ମାଧ୍ୟମ କୁ ସମ୍ବୋଧନ କରିଥିଲେ ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏବଂ ଉପସ୍ଥିିତ ଥିଲେ ମାନ୍ୟବର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ  । ଏହି ସୁଯୋଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବିଧାନ ସଭାର ବିଧାୟକ ମାନଙ୍କୁ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଭାରତୀୟ ନୌସେନା କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ କୁ ନାଭାଲ୍ ଅଫିସର ଇନ-ଚାର୍ଜ (ଓଡିଶା) କମାଣ୍ଡର ରୂତୁରାଜ ସାହୁ  ପରିଚାଳନା କରିଥିଲେ  । ଏହି କାର୍ଯ୍ୟକ୍ରମ କୋଭିଡ-୧୯ ନିୟମ ପାଳନ କରା ଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *