Monday , January 17 2022
Breaking News
Home / ବିଶେଷ / ପାଖଡ ଗ୍ରାମରେ ଚୋରୀ

ପାଖଡ ଗ୍ରାମରେ ଚୋରୀ

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପାଖଡ଼ ଗ୍ରାମର ଚାରୋଟି ପରିବାରରେ ଗତକାଲି ରାତିରେ ଚୋରୀ ହୋଇଛି । ଗ୍ରାମର ବାରୁଣୀ ବେହେରା ଓ ନରହରୀ ବେହେରା ଙ୍କ କବାଟ ତାଡ଼ି ଦୁର୍ବୃତମାନେ ଘରେ ପସି ବାରୁଣୀଙ୍କ ଟ୍ରଙ୍କ ତାଡ଼ି ୧୫ ହଜାର ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଚୋରୀକରି ନେଇଛନ୍ତି । ସେହିପରି ନରହରୀ ବେହେରାଙ୍କକ ଘରୁ ଦୁର୍ବୃତମାନେ ୨୦ ହଜାର ଟଙ୍କା ଓ ସୁନା ଚେନ୍ ମୁଦି ଆଦି ଲୁଟି ନେଇଛନ୍ତି । ଏଥି ସହିତ ଗ୍ରାମର ଅନ୍ୟ ଦୁଇଜଣଙ୍କ ଘରେ ମଧ୍ୟ ଦୁର୍ବୃତମାନେ କବାଟ ତାଡ଼ି ପସିଥିଲେ ମଧ୍ୟ କିଛି ନେଇପାରିନାହାନ୍ତି । ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ଶାନ୍ତି ସର୍ବଧର୍ମ ପ୍ରାର୍ଥନା ଦିବସର ସମୀକ୍ଷା ବୈଠକ

କେନ୍ଦ୍ରାପଡା, ୧୬/୧/୨୦୨୨ (ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମ ପରିସରରେ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୁପାନନ୍ଦ ସରସ୍ୱତୀଙ୍କ …

Leave a Reply

Your email address will not be published. Required fields are marked *