Thursday , September 29 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ପଦ୍ମପୁର ଗ୍ରାମରେ କୁରାଳ ପଂଚମୀ ପର୍ବ  

ପଦ୍ମପୁର ଗ୍ରାମରେ କୁରାଳ ପଂଚମୀ ପର୍ବ  

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ପବିତ୍ର କୁରାଳ ପଂଚମୀ ଅବସରରେ ଶନିବାର ଠାରୁ ଗରଦପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ରହିଥିବା କୁମ୍ଭକାର ପରିବାରମାନଙ୍କ ପକ୍ଷରୁ କୁରାଳ ପଂଚମୀ ଉତ୍ସବ ଅନୁଷ୍ଟିତ ହେଉଛି । ଏହି ଅବସରରେ ପଦ୍ମପୁର ପଂଚାୟତର ପଦ୍ମପୁର ଗ୍ରାମରେ ଥିବା ୧୫ ଗୋଟି କୁମ୍ଭକାର ପରିବାରମାନଙ୍କ ପକ୍ଷରୁ ଗ୍ରାମର ମଧ୍ୟମ ସ୍ଥଳରେ ପୂଜା ମଣ୍ଡପକରାଯାଇ ଶ୍ରୀଲକ୍ଷ୍ମୀନାରାୟଣଙ୍କ ମୃଣ୍ମୟ ମୃର୍ତୀ ନିର୍ମାଣ କରାଯାଇ ପାରମ୍ପରିକ ଭାବରେ ପୂଜାର୍ଚ୍ଚନା କରାଯାଉଛି । ଗ୍ରାମରେ ଏହି ପର୍ବ ଦୀର୍ଘ ୩୦ ବର୍ଷ ହେଲା ଅନୁଷ୍ଟିତ ହୋଇ ଆସୁଥିବା ସମ୍ପର୍କରେ ଆୟୋଜକମାନେ ପ୍ରକାଶ କରିଛନ୍ତି । କୋଭିଡ୍ କଟକଣା ନିୟମକୁ ମାନି ପୂଜା ମଣ୍ଡପ ନିକଟରେ ଦୈନିକ ସନ୍ଧ୍ୟାରେ ଭଜନ,କିର୍ତନ ଆଦି ପରିବେଷଣ କରାଯାଉଛି । କୁମ୍ଭକାର ପରିବାରମାନଙ୍କ ପକ୍ଷରୁ ସେମାନଙ୍କର ବୃତିରେ ବ୍ୟବହୃତ କରାଯାଉଥିବା ଚକ ଓ ଆନୁସଙ୍ଗିକ ପଦାର୍ଥକୁ ପୂଜା କରାଯାଉଛି । ଗ୍ରାମର ଧିରେନ୍ ବେହେରା,ଛବିନ୍ଦ୍ର ବେହେରା,ବାବାଜୀ ଚରଣ ବେହେରା, ଶାରଦା ପ୍ରସାଦ ବେହେରା, ଗୋଲେଖ ଚନ୍ଦ୍ର ବେହେରା ଓ ବଂଶୀଧର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ପୂଜା ଉତ୍ସବ ଅନୁଷ୍ଟିତ କରାଯାଉଛି । ଏହି ପୂଜା ଉତ୍ସବ ବୁଧବାର ଉଦଯାପିତ କରାଯିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି ।     ଓଡ଼ିଶା ସମାଚାର

Leave a Reply

Your email address will not be published.