ମାହାଙ୍ଗା,୨୧/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ନିର୍ଭିକ ଭାବରେ ସତ୍ୟନିଷ୍ଠ ଖବର ପରିବେଷଣ କରିବା ଦ୍ୱାରା ସମାଜର ବହୁବିଧ ପ୍ରଗତି ଘଟିଥାଏ ।
ଦେଶ ଓ ଜାତିର ବିକାଶ ପାଇଁ ଗଣମାଧ୍ୟମ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଆସିଛି । ନ୍ୟୁଜ କ୍ଲବ ବଡ଼ଚଣାର ଉଦଘାଟନୀ ଉତ୍ସବରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପଦେଷ୍ଟା ଜନ୍ମେଞ୍ଜୟ ଲେଙ୍କା ଏହା କହିଥିଲେ । ଖବର ଭିତରେ ଲୋକଙ୍କ ସ୍ୱରକୁ କିପରି ଅଧିକରୁ ଅଧିକ ଶାଣିତ କରାଯାଇ ପାରିବ, ସାମ୍ବାଦିକ ମାନେ ଏହା ଉପରେ ଗୁରୁତ୍ୱ ଦେବାକୁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ରାଜ୍ୟ ସମ୍ପାଦକ କୈଳାଶ ନାୟକ ଆହ୍ୱାନ ଦେଇଥିଲେ ।
ଏହି କାର୍ୟ୍ୟକ୍ରମରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ତଥା ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ସାମଲ ଯୋଗଦେଇ ଦେଶର ପ୍ରଗତିରେ ସାମ୍ବାଦିକ ମାନଙ୍କ ଯୋଗଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି କହିଥିଲେ । ଉତ୍ସବରେ ବାଲିଚନ୍ଦ୍ରପୁର ଆଇଆଇସି ସୁକାନ୍ତ କୁମାର ପାତ୍ର ଓ ମାହାଙ୍ଗା ଆଇଆଇସି ରଞ୍ଜନ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ ।
ପ୍ରେସ କ୍ଲବର ସଭାପତି ଉତ୍କଳ କେଶରୀ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ କବି ଅଶୋକ ସାମଲ ସଂଚାଳନ କରିଥିଲେ ।
ସମାଜରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅଖିଳେଶ ମହାନ୍ତି, ଶିଳ୍ପୀ ଅଶୋକ ସାହୁ, ଆଇନିଜୀବି ଆଲୋକ ଜେନା,ସାମ୍ବାଦିକ ସୁରେନ୍ଦ୍ର ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚିତ୍ତ ରଞ୍ଜନ ସିଂହ ସ୍ୱାଗତ ଭାଷଣ ଓ ଶୁଭ୍ରଜ୍ୟୋତି ଭୂୟାଁ ମଙ୍ଗଳ ସଂଗୀତ ଗାନକରିଥିଲେ ।
କ୍ଲବ୍ ବଡ଼ଚଣାର ସମ୍ପାଦକ ସେକ ଇକବାଲ ହୁସେନ, ରତିକାନ୍ତ ବଳ, ଜ୍ଞାନରଂଜ ପୃଷ୍ଟି, କ୍ଷୀରୋଦ ବେହେରା, ତୁଷାର ଜେନା, ନିହାର ସାମଲ, ସୁଶାନ୍ତ ବେହେରା ଓ ଯଯାତି ସିଂହ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରତିକାନ୍ତ ପ୍ରଧାନ, ବିଳାସ ଚନ୍ଦ୍ର ବାରିକ, ରିୟାସତ ଅଲ୍ଲୀ, ଯଦୁମଣି ଦାସ, ସଞ୍ଜୟ ଖୁଣ୍ଟିଆ, ନିତ୍ୟାନନ୍ଦ ମଲ୍ଲିକ ଏବଂ ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲା ବେଳେ ସାମ୍ବାଦିକ ପ୍ରଦୀପ୍ତ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର