Friday , September 29 2023
Breaking News
Home / ବିଶେଷ / ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମକାରାଦଣ୍ଡ ଓ ୧୦ହଜାର ଜୋରିମାନାରେ ଦଣ୍ଡିତ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମକାରାଦଣ୍ଡ ଓ ୧୦ହଜାର ଜୋରିମାନାରେ ଦଣ୍ଡିତ

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଏକ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କେନ୍ଦ୍ରାପଡାର ସ୍ୱତନ୍ତ୍ର ଜଜ ତଥା ଅତିରିକ୍ତ ଜିଲ୍ଲା ଦୈାରାଜଜ ଏମ. ଆର. ଦୋରା ୧୦ବର୍ଷ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ୨୦୧୬ମସିହା ଅପ୍ରେଲମାସ ୭ତାରିଖ ରାତି ପ୍ରାୟ ୮ଟା ସମୟରେ ମାର୍ଶାଘାଇ ଥାନା ଅନ୍ତର୍ଗତ ସାମନ୍ତସିଂହାର ଗ୍ରାମରେ ଅଷ୍ଟପ୍ରହରୀ ପାଇଁ କଳସ ବୁଡା କାର୍ଯ୍ୟ ଚାଲିଥିବା ବେଳେ ସେହିଗ୍ରାମର ଜଣେ ୮ବର୍ଷର ନାବାଳିକାର ପାଟିରେ ଗାମୁଛା ପୁରାଇ  ଉଠାଇନେଇ ଅଭିଯୁକ୍ତ ମାର୍ଶାଘାଇ ଥାନା ଅନ୍ତର୍ଗତ ସାମନ୍ତସିଂହାର ଗ୍ରାମର ଅଭିମନୁ୍ୟ ବେହେରାଙ୍କ ପୁଅ କାଲା ଓରଫ ବଗୁଲି ବେହେରା(୨୭)  ଦୁଷ୍କର୍ମ କରିଥିବା ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଥିଲା । ଏ ବିଷୟରେ କାହାକୁ କହିଲେ ସଂପୃକ୍ତ ନାବାଳିକାକୁ ଜୀବନରେ ମାରିଦେବାକୁ ଅଭିଯୁକ୍ତ ନାବାଳିକାକୁ ଧମକ ଦେଇଥିଲା । ପୁନର୍ବାର ଗତ ୨୦୧୬ମସିହା ଅପ୍ରେଲମାସ ୯ତାରିଖ ଅଷ୍ଟପ୍ରହରୀ ଦଧିହାଣ୍ଡି ଭଙ୍ଗା ସମୟରେ ମଧ୍ୟ ସଂପୃକ୍ତ ପିଡିତା ନାବାଳିକାର ସାନଭଉଣୀକୁ ମାଡମାରୀ ଧକ୍କାଦେଇ ବସାଇଦେଇ ପୁନଃଶ୍ଚ ସେହି ନାବାଳିକାକୁ ଦୁଷ୍କର୍ମ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମାର୍ଶାଘାଇ ଥାନା ପକ୍ଷରୁ ସେହି ଅଭିଯୋଗ ଉପରେ ମାର୍ଶାଘାଇ ଥାନା କେଶ ନମ୍ବର – ୧୧୮/୨୦୧୬ରେ ଆଇପିସିର ଧାରା ୩୪୧, ୩୭୬(୨)(ଆଇ)(ଏନ), ୩୨୩,  ୩୫୪(କ), ୫୦୬ ଏବଂ ପୋକସୋ ଆଇନର ୬ଧାରାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯିବା ସହ ସଂପୃକ୍ତ ଅଭିଯୁକ୍ତଙ୍କ ନାମରେ ଅଭିଯୋଗଫର୍ଦ୍ଧ କୋର୍ଟରେ ଦାଖଲ କରାଯାଇଥିଲା । ଜି.ଆର.କେଶ ନମ୍ବର ୬୦୧/୨୦୧୬ରେ କେନ୍ଦ୍ରାପଡା ସ୍ୱତନ୍ତ୍ର ଜଜ ଘଟଣାର ବିଚାରକରି ଅଭିଯୁକ୍ତ କାଲା ଓରଫ ବଗୁଲି ବେହେରାକୁ ଆଇପିସିର ୩୭୬ (୨)(ଆଇ) ଓ ପୋକସୋ ଆଇନର ୬ଧାରାରେ ୧୦ବର୍ଷ ସଶ୍ରମକାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ ସଶ୍ରମଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ ଏହି ମକ୍କଦ୍ଧମାର ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *