Tuesday , January 18 2022
Breaking News
Home / ବିଶେଷ / କ୍ୟାନସର ପିଡ଼ିତଙ୍କୁ ସମାଜସେବୀଙ୍କ ସହାୟତା 

କ୍ୟାନସର ପିଡ଼ିତଙ୍କୁ ସମାଜସେବୀଙ୍କ ସହାୟତା 

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନବେତେରା ଗ୍ରାମର ଅଜୟ ମିଶ୍ର (୫୪) କର୍କଟ ରୋଗ ଭଳି ଦୂରାରୋଗ୍ୟ ରେ ପିଡ଼ିତ ହୋଇଛନ୍ତି । ସେ ଜଣେ ଗରୀବ ଅସହାୟ ଲୋକ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ରେ ଚିକିତ୍ସିତ ହୋଇଥିଲାବେଳେ ଅର୍ଥ ବାଧକ ସାଜିଛି । ତାଙ୍କର ଜମିବିନି ନାହିଁ । ତାଙ୍କର ଏକମାତ୍ର ପୁଅ ଗାଁ ପାଖରେ ଚା ଦୋକାନ କରି ପରିବାରର ବୋଝ ମୁଣ୍ଡାଇଛନ୍ତି । ଖବର ପାଇ କେନ୍ଦ୍ରାପଡ଼ା ପବ୍ଲିକ ସ୍କୁଲ ର ପ୍ରତିଷ୍ଠାତା ତଥା ସମାଜସେବୀ ଅଧ୍ୟାପକ ଅଜୟ ରାଉତ ଆଜି ତାଙ୍କ ନିକଟରେ ପହଂଚି ତାଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କ ପରିବାରକୁ ଭେଟି ସାଦ୍ତ୍ବନା ଦେଇଛନ୍ତି । ଏହି ସମୟରେ ଜ୍ଞାନରଂଜନ ପାତ୍ର , ଉମେଶ ଚନ୍ଦ୍ର କର , ଗିରିଶ ଚନ୍ଦ୍ର କର ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଠିକାଦାର ଙ୍କ ମନମୁଖୀ କାର୍ୟ୍ୟ- କାଦୁଅରେ ଭାସୁଛି ଗାଁ ରାସ୍ତା

Leave a Reply

Your email address will not be published. Required fields are marked *