Friday , October 29 2021
Home / ବିଶେଷ / କଳାଉତ୍ସବ – ୨୦୨୦ରେ ପଙ୍କଜ ପ୍ରଥମ  

କଳାଉତ୍ସବ – ୨୦୨୦ରେ ପଙ୍କଜ ପ୍ରଥମ  

କେନ୍ଦ୍ରାପଡା, ୨୩/୧୨/୨୦୨୦(ଓଡ଼ିଶା ସମାଚାର)- ଜୋନସ୍ତରୀୟ କଳାଉତ୍ସବ – ୨୦୨୦ରେ ଇଛାପୁର ସରକାରୀ ହାଇସ୍କୁଲର ନବମଶ୍ରେଣୀ ଛାତ୍ର ପଙ୍କଜ କୁମାର ମୁଦୁଲି ଶାସ୍ତ୍ରୀୟ ବାଦ୍ୟଯନ୍ତ୍ର ବିଭାଗ ତବଲା ବାଦନରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଉପଲକ୍ଷେ ରେଭେନସା କଲିଜିଏଟ ସ୍କୁଲରେ କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର ଜିଲ୍ଲାକୁ ନେଇ  ଅନୁଷ୍ଠିତ ଜୋନସ୍ତରୀୟ ଉତ୍ସବରେ ଯୋଗଦେଇଥିବା ଶତାଧିକ ପ୍ରତିଯୋଗୀଙ୍କ ମଧ୍ୟରେ ପଙ୍କଜ ପ୍ରଥମ ସ୍ଥାନ ଅଧିକାର କରି ବିଚାରକମଣ୍ଡଳୀ ଠାରୁ ସାର୍ଟିଫିକେଟ ଓ ଟ୍ରଫି ଗ୍ରହଣ କରିଛନ୍ତି । ପଙ୍କଜ ଜାଗୁଳେଇପଡା ଗ୍ରାମନିବାସୀ ମଧୁସୁଦନ ମୁଦୁଲି ଓ ସୈାଦାମିନୀ ମୁଦୁଲିଙ୍କ ପୁତ୍ର । ପଙ୍କଜଙ୍କ  ଏହି ସଫଳତା ପାଇଁ ଇଛାପୁର ଉଚ୍ଚ ବିଦ୍ୟାଳୟ ଓ ଶ୍ୟାମଗୁଡିଆ ଅଂଚଳରେ ଆନନ୍ଦର ଲହରି ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ବଣୁଆ ହାତୀକୁ ନେଇ ଗୁଆଳିପୁର ପଂଚାୟତବାସୀ  ଆତଙ୍କିତ 

ତାରପୁର ୨୮/୧୦/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ ବର୍ତି ଧାନ ବିଲ ଗହୀରରେ ଏକ ବଣୁଆ ହାତୀ ପସିଆସିଥିବାରୁ …

Leave a Reply

Your email address will not be published. Required fields are marked *