ଭୁବନେଶ୍ୱର, ୨୩/୧୨/୨୦୨୦ (ଓଡ଼ିଶା ସମାଚାର)- ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ବିଶ୍ୱବିଦ୍ୟାଳୟ ପାଠାଗାର (ଲାଇବ୍ରେରୀ) ର ଉନ୍ନତି ପାଇଁ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ବିକାଶରେ ମୟୂରଭଞ୍ଜ ମହାରାଜାଙ୍କ ବିଶେଷ ଅବଦାନ ରହିଛି ଏବଂ ଚଳିତ ବର୍ଷ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯିବା ଖୁସିର ବିଷୟ । ଉତର ଓଡ଼ିଶାବାସୀ ଏହାକୁ ସ୍ୱାଗତ କରିବା ଆଶା କରାଯାଉଛି । ଓଡ଼ିଶା ସମାଚାର