Friday , October 22 2021
Breaking News
Home / ବିଶେଷ / ଆଇପିଏସ ସ୍ତରରେ ବଡ଼ ଧରଣର ବଦଳି

ଆଇପିଏସ ସ୍ତରରେ ବଡ଼ ଧରଣର ବଦଳି

ଭୁବନେଶ୍ୱର, ୨୩/୧୨/୨୦୨୦ (ଓଡ଼ିଶା ସମାଚାର)- ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ ଧରଣର ବଦଳି କରିଛନ୍ତି । ୧୯ ଜଣ ଆଇପିଏସ୍ ଓ ଜଣେ ଓପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ବରିଷ୍ଠ ପୁଲିସ ଅଧିକାରୀ ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଭଦ୍ରକ ଏସପି ପଣ୍ଡିତ ରାଜେଶ ଉତ୍ତମ ରାଓ ଙ୍କୁ କୋରାପୁଟ ଡ଼ିଆଇଜି ଭାବରେ ବଦଳି କରାଯାଇଥିବାବେଳେ ସାଫ୍ରିନ ଅହମ୍ମଦ ଖାଁଙ୍କୁ ବୈଷୟିକ ଡ଼ିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ତାଳଚେର ଏସଡ଼ିପିଓ ସିଦ୍ଧାର୍ଥ କଟାରିଆ ଙ୍କୁ ନୟାଗଡ଼ ଏସପି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କୁ ମୁଖ୍ୟାଳୟ ଏଆଇଜି ଭାବରେ ବଦଳି କରାଯାଇଛି। ସେହିପରି ରାୟଗଡ଼ା ଏସପି ଏମ.ବିବେକଙ୍କୁ କଳାହାଣ୍ଡି ଏସପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ନବରଙ୍ଗପୁର ଏସପି କେ.ଏନ୍.ଡ଼ୁଗୁଡ଼ୁଙ୍କୁ ବଲାଙ୍ଗୀର ଏସପି, ବିବେକାନନ୍ଦ ଶର୍ମାଙ୍କୁ ରାୟଗଡ଼ା ଏସପି, ଜୟପୁର ଏସଡ଼ିପିଓ ଭି.ଗୁଣ୍ଟୁପାଲିଙ୍କୁ କୋରାପୁଟ ଏସପି ଭାବରେ ନିଯୁକ୍ତି ଦିଆଯାଇଛି। ସେହିପରି ରାଉରକେଲା ଏସପି ଶିବା ସୁବ୍ରମଣିଙ୍କୁ ଢ଼େଙ୍କାନାଳ ଏସପି ଭାବେ ନିଯୁକ୍ତି ଦିଆଯାଇଛି । ଝାରସୁଗୁଡ଼ା ଏସପି ରାହୁଲ ପିଆର୍ ଙ୍କୁ ଯାଜପୁର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବଲାଙ୍ଗୀର ଏସପି ଏମ ସନ୍ଦିପ ସମ୍ପଦଙ୍କୁ କେନ୍ଦ୍ରାପଡ଼ା ଏସପି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ କୋରାପୁଟ ଏସପି ମୁକେଶ କୁମାର ଭାମୁଙ୍କୁ ରାଉରକେଲା ଏସପି ଭାବରେ ନିଯୁକ୍ତି ଦିଆଯାଇଛି । ୨୦୦୯ ବ୍ୟାଚ ଆଇପିଏସ୍ ଅଖିଳେଶ୍ବର ସିଂହଙ୍କୁ ଏସଓଜି କମାଣ୍ଡାଣ୍ଟ ଭାବରେ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରୀୟ ଡ଼େପୁଟେସନରୁ ଫେରିଥିବା ସତ୍ୟଜିତ ନାୟକଙ୍କୁ କମ୍ପ୍ୟୁଟର ଏସପି ଓ ଭଦ୍ରକ ଅତିରିକ୍ତ ଏସପି ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡ଼ାର ଭାରପ୍ରାପ୍ତ ଏସପି ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି ମାଲକାନଗିରି ଏସଡ଼ିପିଓ ପ୍ରହ୍ଲାଦ ସହାୟ ମୀନା ଙ୍କୁ ନବରଙ୍ଗପୁର ଏସପି ଭାବରେ ବଦଳି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାରେ ୬୨ତମ ପୋଲିସ ସହିଦ ଦିବସ ପାଳିତ

କେନ୍ଦ୍ରାପଡ଼ା, ୨୧/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଗୁରୁବାର  ୬୨ତମ ପୋଲିସ ସହିଦ  ଦିବସ ପାଳିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *