Sunday , October 17 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ସାନୀ ଇଣ୍ଡିଆର ନୂଆ ଏକ୍ସାଭେଟର ଏସ୍ୱାଇ୮୦ସି-୯ ଉନ୍ମୋଚିତ

ସାନୀ ଇଣ୍ଡିଆର ନୂଆ ଏକ୍ସାଭେଟର ଏସ୍ୱାଇ୮୦ସି-୯ ଉନ୍ମୋଚିତ

ଭୁବନେଶ୍ୱର, ୨୨/୧୨/୨୦୨୦ (ଓଡ଼ିଶା ସମାଚାର)- କନଷ୍ଟ୍ରକଶନ୍ ଯନ୍ତ୍ରାଶଂ ଏବଂ ହେଭି ମେସିନ୍ ନିର୍ମାତା ସାନୀ ଇଣ୍ଡିଆର ଲାଟେଷ୍ଟ ଶକ୍ତିଶାଳୀ ହାଇଡ୍ରଲିକ୍ ଏକ୍ସାଭେଟର ଏସ୍ୱାଇ୮୦ସି-୯ ଏବେ ବଜାରରେ ବେଶ୍ ସଫଳ ରହିଛି । ଏହାର କାର୍ଯ୍ୟକାରିତାକୁ ନେଇ ଗ୍ରାହକମାନେ ପ୍ରଶଂସା କରୁଛନ୍ତି । କ୍ୱାଲିଟି ଚେେଞ୍ଜସ୍ ଦ ୱାଲ୍ଡ ବିଶ୍ୱାସନୀୟତା ଆଧାରକୁ ରୁଦ୍ଧିମନ୍ତ କରାଇବା ଲାଗି କମ୍ପାନୀ ପକ୍ଷରୁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଇଥାଏ । ଏହା ଏବେ ହାଇଡ୍ରଲିକ୍ ଏକ୍ସାଭେଟର ଏସ୍ୱାଇ୮୦ସି-୯  ଯୋଗୁ ସଫଳ ହୋଇପାରିଛି ।

ହାଇଡ୍ରଲିକ୍ ଏକ୍ସାଭେଟର ଏସ୍ୱାଇ୮୦ସି-୯ କମ୍ ସମୟ ମଧ୍ୟରେ ପୂର୍ବ ଉପକୂଳରେ କାର୍ଯ୍ୟ କରୁଥିବା ଫିଶରି ଏବଂ ବ୍ରିକ୍ ଫିଲ୍ଡ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି । ସେହିପରି ଏହାକୁ ଗ୍ରେଡିଂ, ଲ୍ୟାଣ୍ଡ ସ୍କେପିଂ ,ଡିଗିଂ, ଗର୍ତ ନିର୍ମାଣ, ମୂଳଦୁଆ ନିର୍ମାଣ, ପୁରାତନ ନିର୍ମାଣ ଭଙ୍ଗା, ନୂତନ ନିର୍ମାଣ ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏଥିରେ ଶକ୍ତିଶାଳୀ କୁ୍ୟବୋଟା ଇଞ୍ଜିନ୍, ୮ ଟନ୍ ମେସିନ୍, ଡୋମମାକ୍ ଲୋଡ୍ ସେନ୍ସିଂ ସିଷ୍ଟମ୍, ଭ୍ୟାରିଏବୁଲ୍ ଆକ୍ସିଆଲ ପିଷ୍ଟନ ପମ୍ପ୍,୦.୩୨ ଏମ୍-୩ ବକେଟ୍ କ୍ଷମତା, ୪୩ କିଲୋୱାଟ୍ ଏବଂ ୨୦୦୦ଆର୍ପିଏମ୍ ଯୁକ୍ତ ୫୮.୫ ଏଚ୍ପି ଶକ୍ତି ବିଶିଷ୍ଟ ଇଞ୍ଜିନ୍ ରହିଛି । ଏହା ୭୯୨୦ କିଲୋଗ୍ରାମ୍ ଓଜନ ପରିଚାଳନା କରିବାକୁ ସକ୍ଷମ । ଏହା ସାନୀ ଇଣ୍ଡିଆର ଶ୍ରେଷ୍ଠ ପ୍ରଦର୍ଶନ ଦକ୍ଷତା ଭିତିକ ଆଧୁନିକ ତଥା ବିକଶିତ ଉତ୍ପାଦ  ଉପଲବ୍ଧ କରାଇବା ପ୍ରତିଶ୍ରୁତିବଦ୍ଧତାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହୋଇପାରିଛି ।

ଏହି ଅବସରରେ ସାନୀ ଭାରି ଶିଳ୍ପ ଇଣ୍ଡିଆ ପ୍ରା.ଲିଃର ସେଲସ୍ ମାର୍କେଟିଙ୍ଗ୍ ଏବଂ କଷ୍ଟମର ସପୋର୍ଟ ନିର୍ଦ୍ଧେଶକ ଧୀରଜ୍ ପଣ୍ଡା କହିଲେ, କମ୍ପାନୀର ଲାଟେଷ୍ଟ ହାଇଡ୍ରଲିକ୍ ଏକ୍ସାଭେଟର ଏସ୍ୱାଇ୮୦ସି-୯ରେ ଆଧୁନିକ ତଥା ବିକଶିତ ଜ୍ଞାନକୌଶଳ ରହିଛି । ଗୁଣବର୍ତା ଏବଂ ଶ୍ରେଷ୍ଠ ଉପôାଦ ଉପଲବ୍ଧ କରାଇବା ଲାଗି ଆମର ପ୍ରତିଶ୍ରୁତିବଦ୍ଧତାକୁ ଏହା ପୂରଣ କରିବାକୁ ସକ୍ଷମ ହୋଇପାରିଛି । ଏହାର କମ୍ ଇନ୍ଧନ ବ୍ୟବହାର କ୍ଷମତା, ଅଧିକ ପ୍ରଦର୍ଶନ କ୍ଷମତା, ସ୍ମାର୍ଟ ମେସିନ୍ ଆଲର୍ଟ, ଶକ୍ତିଶାଳୀ  ଅଣ୍ଡରକ୍ୟାରେଜ୍, ହେଭି-ଡୁ୍ୟଟି ନିର୍ମାଣ ଶୈଳୀ, ରିମୋଟ ମନିଟରିଂ ସିଷ୍ଟମ ଏବଂ ବିକଶିତ କଂଟ୍ରୋଲ ବୈଶିଷ୍ଟ୍ୟ ଆଦି ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି ।

ସରକାରୀ ସଂସ୍ଥା ଏବଂ ନିର୍ମାଣ କାର୍ଯ୍ୟ କରୁଥିବା କମ୍ପାନୀ କମ୍ ସମୟରେ ତ୍ରୁଟିବିହୀନ କାର୍ଯ୍ୟଶୈଳୀକୁ ଗୁରୁତ୍ୱ ଦେଉଛନ୍ତି । ଏଭଳିସ୍ଥଳେ ବିଶ୍ୱବ୍ୟାପୀ ଏକ୍ସାଭେଟରର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଲୋଡିଂ, ଡିଗିଂ, ମାଇନିଂ,କ୍ୱାରିଂ ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଛି । ଏକ୍ଷେତ୍ରରେ ହାଇଡ୍ରଲିକ୍ ଏକ୍ସାଭେଟରକୁ ଅଧିକ ପସନ୍ଦ କରାଯାଉଛି ।

ମହାମାରୀ ସଙ୍କଟ ପରେ ଆର୍ଥିକ କ୍ଷେତ୍ରରେ ବିକାଶ ପାଇଁ ଉଦ୍ୟମ ଜାରି ରହିଛି । ଏପରିସ୍ଥଳେ ସାନୀ ଇଣ୍ଡିଆ ଗ୍ରାହକଙ୍କୁଶ୍ରେଷ୍ଠ ଉପôାଦ ଏବଂ ସର୍ଭିସ୍ ଯୋଗାଣକୁ ପ୍ରାଥମିକତା ଦେଉଛି । ବିଶ୍ୱସ୍ତରୀୟ ଜ୍ଞାନକୌଶଳ ଆଧାରରେ ସାନୀ ଇଣ୍ଡିଆ ଲାଟେଷ୍ଟ ଏକ୍ସାଭେଟର ଉପଲବ୍ଧ କରାଇ ନିର୍ମାଣକାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକର କ୍ଷମତା ବୃଦ୍ଧି କରିପାରିଛି ।

ଏହି ନୂତନ ହାଇଡ୍ରଲିକ୍ ଏକ୍ସାଭେଟର ଦୀର୍ଘସ୍ଥାୟୀ ଏବଂ ଇନ୍ଧନ ଏଫିସିଏନ୍ସି ଯୁକ୍ତ । ଏହା ସମ୍ପର୍କରେ ଅଧିକ ବିବରଣୀ ପାଇଁ ଗ୍ରାହକ ସେବା ସମ୍ପର୍କିତ ସହାୟତା ନିମନ୍ତେ କମ୍ପାନୀ ପକ୍ଷରୁ ନିଶୁଳ୍କ ନମ୍ବର ୧୮୦୦୨୦୯୩୩୭ ଜାରି କରାଯାଇଛି । ଗ୍ରାହକମାନେ [email protected] ରେ ମଧ୍ୟ ଯୋଗାଯୋଗ କରିପାରିବେ ।  ଓଡ଼ିଶା ସମାଚାର

About admin

Check Also

ପାରାଦୀପରେ ଓରଟେଲ୍ ସେବା ବିପର୍ଯ୍ୟସ୍ତ-  ମାସିକ ଟଙ୍କା ଦେଇବି ପାଉନାହାନ୍ତି ଉଚିତ୍ ସେବା   

ପାରାଦୀପ ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ବିଭିନ୍ନ ସହରରେ କେବୁଲ୍ ସେବା ଯୋଗାଉଥିବା ଓରଟେଲ୍ କମୁନିକେସନ୍ ପାରାଦୀପ ସହରରେ ସେବା ଯୋଗାଇ …

Leave a Reply

Your email address will not be published. Required fields are marked *