ଭୁବନ ୨୨/୧୨/୨୦୨୦(ଓଡ଼ିଶା ସମାଚାର)-ଭୁବନ ଏନ.ଏ.ସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ସ୍ଥିତ କୁମ୍ଭାରସାହିରେ ଚଳିତ ଥର ମହାମାରୀ କରୋନା ସକାଶେ ଅତ୍ୟନ୍ତ ନିରାଡମ୍ବର ଭାବେ ଗତ ଶନିବାର ଠାରୁ କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଅନୁଷ୍ଠିତ ହେଉଛି । ୨୦୦୪ ମସିହାରେ ନକୁଳ ସାହୁ,କୈଳାସ ଚନ୍ଦ୍ର ସାହୁ ଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା କୁରାଳପଂଚମୀ ଓ ଲକ୍ଷ୍ମୀନାରାୟଣ ଙ୍କ ପୂଜା ଚଳିତ ବର୍ଷ ୧୭ ବର୍ଷରେ ପଦାର୍ପଣ କରିଛି । ବିଧିରକ୍ଷା ନିମନ୍ତେ ଚଳିତଥର ଫଟୋପୂଜା ସହିତ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆସନ୍ତା କାଲି ଉଦଯାପନ ହେବ । କୁରାଳ ସମାଜ ସଭାପତି ଗୟାଧର ରଣା, ସଂପାଦକ ଟଙ୍କଧର ସାହୁ,ଉପସଭାପତି ସୁରେନ୍ଦ୍ର ସାହୁ, ସହସଂପାଦକ ରସାନନ୍ଦ ସାହୁ କୋଷାଧ୍ୟକ୍ଷ ଅନାମ ସାହୁ ଙ୍କ ସମେତ ଦୈତାରୀ ସାହୁ, ଚିନ୍ତାମଣି ସାହୁ, ପଦ୍ମନାଭ ସାହୁ, ନରେଶ ସାହୁ, ବେଣୁଧର ସାହୁ, ଚିଣୁ୍ଟ ସାହୁ, ପପୁ ସାହୁ, ଶୁଭ ରଣା, ସୁଶି ରଣା, ବ୍ରଜବନ୍ଧୁ, କୈଳାସ, ବିଶୁଆ, ମାଧବ, ବାବୁଲି, ଗଙ୍ଗାଧର, ଅମର, ସିପୁ, ଦୀପୁ, ବାବୁ, ଶ୍ରୀଧର, ପିଣ୍ଟୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି । ଓଡ଼ିଶା ସମାଚାର