Sunday , October 17 2021
Breaking News
Home / ବିଶେଷ / କ୍ୟାନଫେଷ୍ଟ-୨୦୨୦ ଉଦଯାପିତ

କ୍ୟାନଫେଷ୍ଟ-୨୦୨୦ ଉଦଯାପିତ

ପାରାଦ୍ୱୀପ,୨୨/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦ୍ୱୀପ ସାଗରିକା କଳା ନିକେତନ ମୁକ୍ତ ମଂଚରେ ୩ଦିନ ଧରି ଚାଲିଥିବା ୧୭ତମ ଜାତୀୟ ନାଟକ ମହୋତ୍ସବ କ୍ୟାନଫେଷ୍ଟ-୨୦୨୦ ମଙ୍ଗଳବାର ସଂନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଏହି ଉଦ୍ୟାପନୀ ଅବସରରେ ପାରାଦ୍ୱୀପ ବନ୍ଦରର ମୁଖ୍ୟ ଅର୍ଥ ପରାମର୍ଶଦାତା ଧର୍ମେନ୍ଦ୍ର ନାଥ ସୋନ୍ଧୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ୟାନ୍ମାସର ଏଭଳି କାର୍ଯ୍ୟ ପାଇଁ ଏବଂ ନାଟକର ସମସ୍ତ କଳାକାର ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶୁକଦେବ ଜେନାଙ୍କୁ ସମ୍ମାନୀତ କରାଯାଇଥିଲା । କରୋନା କଟକଣା ଯୋଗୁଁ ଏହି ମହୋତ୍ସବ ସୀମିତ ଦର୍ଶକ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୟୁଟୁବ୍ ଓ ସୋସିଆଲ ମିଡିଆରେ ପ୍ରତ୍ୟକ୍ଷ ପ୍ରସାରଣ କରାଯାଇଥିଲା । ଯାହା ଫଳରେ ଅନେକ ନାଟ୍ୟପ୍ରେମୀ ଏହି ନାଟକ ମହୋସôବକୁ ଉପଭୋଗ କରିପାରିଥିଲେ । ପ୍ରଥମ ଦିବସରେ ପାରାଦ୍ୱୀପ କ୍ୟାନମାସ୍ ପକ୍ଷରୁ ଓଡିଆ ନାଟକ ‘ସ୍ୱୟମ୍ବର’ ପ୍ରଦର୍ଶିତ ହୋଇଥିବାବେଳେ ଦ୍ୱିତୀୟ ଦିନରେ କଲିକତାର ପୂର୍ବ ରଙ୍ଗ ଷ୍ଟେପ ଆଣ୍ଡ ଷ୍ଟେଜ୍ ଗୃ୍ରପ୍ ପକ୍ଷରୁ ବଙ୍ଗଳାଭାଷୀ ନାଟକ ‘ସିତାୟନ’ ପ୍ରଦର୍ଶିତ ହୋଇଥିଲା । ମଙ୍ଗଳବାର ତୃତୀୟ ତଥା ଅନ୍ତିମ ସଂନ୍ଧ୍ୟାରେ ଭୋପାଳର ଏକରଙ୍ଗ କଲ୍ରୋଲ୍ ସୋସାଇଟି ଅନୁଷ୍ଠାନ ର କଳାକାର ମାନଙ୍କ ପକ୍ଷରୁ ହିନ୍ଦି ନାଟକ ‘ମଧ୍ୟାନ୍ତର’ ମଂଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ୟାନମାସ ସଂସ୍ଥାର ସଭାପତି କ୍ୟାପଟେନ୍ ଅତୁଲ୍ୟ ମହାପାତ୍ରଙ୍କ ତତ୍ୱାବଧାନରେ ସଂପାଦକ ଶ୍ରୀମନ୍ ନାରାୟଣ ମିଶ୍ର ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟ ସଦସ୍ୟା ଏଥିରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି …

Leave a Reply

Your email address will not be published. Required fields are marked *