Thursday , September 28 2023
Home / ବିଶେଷ / କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୀକ୍ଷା

କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୀକ୍ଷା

କେନ୍ଦ୍ରାପଡା, ୨୨/୧୨/୨୦୨୦(ଓଡ଼ିଶା ସମାଚାର)- କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନୀରିକ୍ଷଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଏକ ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଆସି ଜିଲାପାଳ କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସୁଖ, ସମୃଦ୍ଧି ଓ ନିରାମୟ ଜୀବନ କାମନା କରିବା ସହ ଜିଲ୍ଲାରେ ପ୍ରଶାସନକୁ ଲୋକାଭିମୁଖୀ କରାଇ ଲୋକମାନଙ୍କୁ ତ୍ୱରିତ ସେବା ଯୋଗାଇଦେବା ପାଇଁ ଆଉ ଏକ ସବଡିଭିଜନ କରାଯିବା ନିମନ୍ତେ ପ୍ରସ୍ତାବ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗରେ ଖାଲିପଡିଥିବା ପଦବୀ ସମ୍ପର୍କରେ ମଧ୍ୟ ରାଜସ୍ୱ ଆୟୁକ୍ତ ପଚାରି ବୁଝିଥିଲେ । ସେହିପରି ସରକାରଙ୍କ ନିୟମ ଅନୁଯାଇ ଡିପିସି ବସାଇ ପଦୋନ୍ନତି ଦେବା, ପେନସନ କେଶ୍ ଗୁଡିକୁ ତ୍ୱରିତ ବେଗରେ ଫଇସଲା କରି ପେନସନ ପ୍ରଦାନ କରିବା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୩ଟି ପେନସନ କେଶ ଭିଜିଲାନ୍ସ ବିଭାଗର ବିଚାରାଧିନ ଥିବାବେଳେ ୧୪ଟି ପେନସନ କେଶକୁ ତ୍ୱରିତ ବେଗରେ ଫଇସଲା କରି ପେନସନ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେଶ୍ ଗୁଡିକର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାରେ କୋଭିଡ ପରିଚାଳନାରେ ଜିଲ୍ଲାପାଳଙ୍କ କାର୍ଯ୍ୟଦକ୍ଷତା ବେଶ ଉଲ୍ଲେଖନୀୟ ବୋଲି କହିବା ସହ ଉପଜିଲ୍ଲାପାଳଙ୍କୁ ଅଧିକରୁ ଅଧିକ ଗସ୍ତ କାର୍ଯ୍ୟକ୍ରମ କରିବା ଏବଂ ରାତ୍ର ରହଣୀ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ଅମିନ, ରାଜସ୍ୱ ନୀରିକ୍ଷକ, ସହକାରୀ ରାଜସ୍ୱ ନୀରିକ୍ଷକଙ୍କ ନିଯୁକ୍ତି, ୫-ଟି କାର୍ଯ୍ୟକ୍ରମରେ ସମସ୍ତ ଯୋଜନାକୁ ସାମିଲ ଓ ସ୍ୱଛ କରିବା, ବିଧାନସଭା ପ୍ରଶ୍ନର ଉତର ସଠିକ ସମୟରେ ପ୍ରଦାନ କରିବା, ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସାପ୍ତାହିକ କୋର୍ଟ କୋଭିଡ କଟକଣା ପରେ ୨ଦିନ କରିବାକୁ ନିର୍ଦେଶ ଦେଇଥିଲେ । ସେହିପରି ଉପଜିଲ୍ଲାପାଳଙ୍କ କୋର୍ଟରେ ୯୭୪ କେଶ୍ ବିଚାର ପାଇଁ ପେଣ୍ଡିଂ ଥିବା ଓପିଡିଆର କେଶରେ ୩କୋଟି ୫୨ଲକ୍ଷ ପେଣ୍ଡିଂ ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଥିଲେ । ଗୋଚର ଜମିରେ ଜବରଦଖଲ ଉଛେଦ କରିବା, ଆରଓଆର କେଶ ସମାଧାନ କରିବା, ବାଉଁଣ୍ଡରୀ ୱାଲ ଓ କମ୍ପାଉଣ୍ଡ ୱାଲ, ରାଜସ୍ୱ ଆଦାୟ ଗତବର୍ଷର ୧୫କୋଟି ଲକ୍ଷ୍ୟଧାର୍ଯ୍ୟ ଥିବା ଏବଂ ପାର୍ଟ-୧,ପାର୍ଟ-୩ ରାଜସ୍ୱ ଆଦାୟକୁ ଶତପ୍ରତିଶତ କରିବାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କୁ ନିର୍ଦେଶ ଦେଇଥିଲେ । ସେହିଭଳି କୋଭିଡ -୧୯ ପେନାଲଟି ଆଦାୟ, କଟକ – ଚାନ୍ଦବାଲି ରାସ୍ତା ନିର୍ମାଣରେ ଜମି ଯାଇଥିବା ଲୋକଙ୍କୁ ପାଉଣା ପଇଠ, ଲାଇଭିଲହୁଡ ପାଇଁ ବନ୍ଧୁକ ଲାଇସେନ୍ସ ଆବେଦନ କରିଥିବା ବ୍ୟକ୍ତିଙ୍କୁ ତାହା ଯୋଗାଇଦେବା, ଜିଲ୍ଲାରେ ଚଳିତ ଖରିଫ ଋତୁରେ ଆସନ୍ତା ୨୮ତାରିଖରୁ ଧାନ ସଂଗ୍ରହଣ ବ୍ୟବସ୍ଥା, ମମତା ଯୋଜନାରେ ଫେରିଥିବା କେଶ ଗୁଡିକୁ ସମାଧାନ କରିବା, ଅଙ୍ଗନୱାଡି ଗୃହ ନିର୍ମାଣ, ମିଶନଶକ୍ତି କାର୍ଯ୍ୟଧାରା,ଛାତ୍ରଛାତ୍ରୀଙ୍କୁ ବୃତି ପ୍ରଦାନ, ଭିନ୍ନକ୍ଷମ ବିବାହ, ଭିନ୍ନଜାତି ବିବାହ, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ରାବାସ କାର୍ଯ୍ୟକ୍ରମ, ବରିଷ୍ଠ ନାଗରିକ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ଜରୁରୀ ବିଭାଗର ଏକ୍ସ ଗ୍ରାସିଆ କେଶ୍, ସାଂସଦ ଉନ୍ନୟନ ପାଣ୍ଠିର ଖର୍ଚ୍ଚ, ନିଜାରତ ସେକ୍ସନର ଅଗ୍ରୀମ ଅର୍ଥ ଆଦାୟ, ଜିଲ୍ଲା ମଙ୍ଗଳ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ପ୍ରଭୃତିର ବିଭିନ୍ନ କାର୍ଯ୍ୟ ଉପରେ ରାଜସ୍ୱ ଆୟୁକ୍ତ ଶ୍ରୀ ସାମଲ ବିସ୍ତୃତଭାବେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ଡେପୁଟୀ କଲେକ୍ଟର (ନିଜାରତ) ବିରଜା ପ୍ରସାଦ ରାଉତରାୟ,ଅଙ୍କିତା ଆନନ୍ଦିତା ପ୍ରମୁଖ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *