Sunday , October 2 2022
Breaking News
Home / ବିଶେଷ / ୧୭ତମ ଜାତୀୟ ନାଟକ ମହୋତ୍ସବ “କ୍ୟାନଫେଷ୍ଟ ୨୦୨୦” ଉଦଘାଟିତ

୧୭ତମ ଜାତୀୟ ନାଟକ ମହୋତ୍ସବ “କ୍ୟାନଫେଷ୍ଟ ୨୦୨୦” ଉଦଘାଟିତ

ପାରାଦୀପ ୨୧/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପ ମଧୁବନସ୍ଥିତ ସାଗରୀକା କଳା ନିକେତନ ଠାରେ ୧୭ତମ ଜାତୀୟ ନାଟକ ମହୋତ୍ସବ “କ୍ୟାନଫେଷ୍ଟ ୨୦୨୦” ରବିବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ଓ ଇଫକୋ ପାରାଦୀପ ୟୁନିଟ୍ ମୁଖ୍ୟ କେ.ଜେ.ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆୟୋଜକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଂଟର, ପାରାଦୀପ ବନ୍ଦର, ଇଫକୋ ଓ ମିଡିଆ ପାର୍ଟନର ପଲିଟିକାଲ ବିଜିନେସ ଡେଲି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ଡିସେମ୍ବର ୨୦ରୁ୨୨ ତାରିଖ ତିନି ଦିନ ଧରି ଚାଲିବ । ସରକାରଙ୍କ ସମସ୍ତ କୋଭିଡ୍ ଗାଇଡ ଲାଇନ୍ ଅନୁସରଣ କରାଯାଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଉଦଘାଟନୀ ଉତ୍ସବରେ ପାରାଦୀପ କ୍ୟାନମାସ୍ ଗ୍ରୁପ ପକ୍ଷରୁ ଓଡିଆ ନାଟକ “ସ୍ୱୟମ୍ବର” ପରିବେଶଣ ହୋଇଥିବାବେଳେ ଦ୍ୱିତୀୟ ଦିନ କୋଲକାତାର ପୂର୍ବ ରଙ୍ଗ ଷ୍ଟେପ ଆଣ୍ଡ ଷ୍ଟେଜ ଗ୍ରୁପ ପକ୍ଷରୁ ବେଙ୍ଗଲି ନାଟକ “ସିତାୟନ” ଏବଂ ତୃତୀୟ ତଥା ଅନ୍ତିମ ଦିବସରେ ଭୋପାଳର ଏକ୍ ରଙ୍ଗ କଲଚରାଲ ସୋସାଇଟ୍ ଗ୍ରୁପ ପକ୍ଷରୁ ହିନ୍ଦି ନାଟକ ମଧ୍ୟାନ୍ତର ପରିବେଶଣ ହେବ । ସୁଚନା ଥାଉକି, ପାରାଦୀପର କ୍ୟାନମାସ ସଂସ୍ଥା ଦ୍ୱାରା ଆୟୋଜିତ ନାଟକ ମହୋତ୍ସବ ରାଜ୍ୟ ସମେତ ଜାତୀୟ ଓ ଆନ୍ତର୍ଯ୍ୟାତୀୟ ସ୍ତରରେ ବେଶ୍ ପ୍ରଶଂସିତ ଓ ଆକର୍ଷଣ ସୃଷ୍ଟି କରିପାରିଛି ।  ଡ଼ିଶା ସମାଚାର

Leave a Reply

Your email address will not be published.