Tuesday , October 26 2021
Breaking News
Home / ବିଶେଷ / ବୃତି ଗତ କିଟ୍ସ ବଂଟନ

ବୃତି ଗତ କିଟ୍ସ ବଂଟନ

କେନ୍ଦ୍ରାପଡା, ୨୧/୧୨/୨୦୨୦(ଓଡ଼ିଶା ସମାଚାର)-ଆର୍ଥିକ ଅନଗ୍ରସର ଥିବା କାର୍ଯ୍ୟରତ ବୃତିଧାରୀମାନଙ୍କ ବୃତିରେ ଉନ୍ନତି ଆଣିବା ପାଇଁ ସ୍ୱେଛାସେବୀ ସଙ୍ଗଠନ ପକ୍ଷରୁ ୪ ଜଣ ଭିନ୍ନ ଭିନ୍ନ ବୃତିଧାରୀମାନଙ୍କୁ ବୃତିଗତ କିଟ୍ସ ବଂଟନ କରାଯାଇଛି । ସ୍ୱେଛାସେବୀ ଅନୁଷ୍ଟାନ ‘ଗୁଞ୍ଜ’ ଓ ‘ଶାନ୍ତି ମୈତ୍ରୀ’ର ମିଳିତ ସହଯୋଗକ୍ରମେ ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ଓ ପଦ୍ମପୁର ପଂଚାୟତ ଏବଂ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ପିକିରାଳି ଗ୍ରାମର ଜଣେ ମୋଟ ୪ ଜଣ ବୃତିିଧାରୀମାନଙ୍କ ବୃତିିରେ ଉନ୍ନତି ଆଣିବା ପାଇଁ ସ୍ୱେଛାସେବୀ ସଂଗଠନ ପକ୍ଷରୁ ସେମାନଙ୍କୁ ଆବଶ୍ୟକ କିଟ୍ସ ଯୋଗାଇ ଦେଇଛନ୍ତି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁର ଗ୍ରାମର ବାବୁଲା ବାରିକଙ୍କୁ ବାର୍ବର କିଟ୍ସ ପ୍ରଦାନ କରାଯାଇ ଥିବାବେଳେ,ବକଟିଆ ବାରିକଙ୍କୁ ବାର୍ବର କିଟ୍ସ ପ୍ରଦାନ କରାଯାଇଛି । ପଦ୍ମପୁର ପଂଚାୟତର ବିଚଣା ଗ୍ରାମର କୃଷକ କୃଷ୍ଣଚନ୍ଦ୍ର ଦାସଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଛି । ସେହିପରି ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ପିକରାଳି ଗ୍ରାମର ପ୍ରକାଶ ପ୍ରଧାନଙ୍କୁ ବଢେଇ କାର୍ଯ୍ୟ କରିବା ପାଇଁ ବଢେଇ ଯନ୍ତ୍ରପାତି ପ୍ରଦାନ କରାଯାଇଛି । ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ଥିବା ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଠାନର ଶାଖା କାର୍ଯ୍ୟାଳୟ ଠାରେ ଗରଦପୁର ବ୍ଲକର ବିଡିଓ ରଞ୍ଜିତ୍ କୁମାର ମଲ୍ଲିକ୍ ଏହି ବୃତିଗତ କିଟ୍ସ ବଂଟନ କରିଥିଲେ । ଏହି ଅବସରରେ ‘ଗୁଞ୍ଜ’ ସ୍ୱେଛାସେବୀ ଅନୁଷ୍ଠାନର ଓଡିଶା ଓ ଝାଡଖଣ୍ଡ ରାଜ୍ୟ ଦ୍ୱୟର ମୂଖ୍ୟ ସୁରେଶ କୁମାର ଏବଂ ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଟାନର ପରିଚାଳନା ନିର୍ଦ୍ଧେଶକ ଭଗବାନ ଜେନାଙ୍କ ସମେତ ଅନ୍ୟ ସ୍ୱେଛାସେବୀମାନେ ଉପସ୍ଥିତ ରହି ଏହି ବଂଟନ କାର୍ଯ୍ୟ କରିଥିଲେ । ସ୍ୱେଛାସେବୀ ସଂଗଠନ ଦ୍ୱୟଙ୍କ ପକ୍ଷରୁ ଏହି ଅଂଚଳର ଅର୍ଥନୈତିକ ଅନଗ୍ରସରରେ କାର୍ଯ୍ୟରତଥିବା ମୋଟ ୨୦ଜଣ ଭିନ୍ନ ଭିନ୍ନ ବୃତିଧାରୀମାନଙ୍କୁ ସେମାନଙ୍କ ଆବଶ୍ୟକ କିଟ୍ସ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ‘ଶାନ୍ତି ମୈତ୍ରୀ’ର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୪ ଜଣ ଶିଶୁ ଆକ୍ରାନ୍ତ – ୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୦/୨୦୨୧(ଓଡ଼ିଶା ସମାଚାର/ସସ୍ମିତା ବେହେରା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୩୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *