Tuesday , October 26 2021
Breaking News
Home / ତାଜା ଖବର / ପୋଲିସ -ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ସର୍ଚ୍ଚ ବେଳେ ଦୁଇଟି ବନ୍ଧୁକ ସହିତ ମାଓ ସାମଗ୍ରୀ ଜବତ

ପୋଲିସ -ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ସର୍ଚ୍ଚ ବେଳେ ଦୁଇଟି ବନ୍ଧୁକ ସହିତ ମାଓ ସାମଗ୍ରୀ ଜବତ

କନ୍ଧମାଳ, ୨୧/୧୨/୨୦୨୦(ଓଡ଼ିଶା ସମାଚାର / କିଶୋର ଚନ୍ଦ୍ର ସାହୁ)- କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ବିରେନି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟ ପରେ ସର୍ଚ୍ଚ ଅପେରସନ ବେଳେ ଜଙ୍ଗଲରୁ ଦୁଇଟି ବନ୍ଧୁକ, ଗୋଟିଏ ରେଡ଼ିଓ, କିଛି ମେଡ଼ିସିନ, କିଛି ଡ୍ରେସ ଏବଂ କପଡ଼ା ସହିତ କିଛି ଖାଦ୍ୟ ସାମଗ୍ରୀ କୁମ୍ବିଂ ଟିମ ଜବତ କରିଛି । ଏ ନେଇଁ ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭିନୀତ ଅଗ୍ରୱାଲ । ମାଓବାଦୀଙ୍କ ବିରେନି ଜଙ୍ଗଲରେ ଚଳପ୍ରଚଳ ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲା ପୋଲିସର ଏସଓଜି ଏବଂ ଡ଼ିଭିଏଫ୍ ମିଳିତ ଭାବେ ସେହି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ । ଏହି ସମୟରେ କୁମ୍ବିଂ ଟିମ ଉପରକୁ ୮ ରୁ ୧୦ ଜଣ ମାଓବାଦୀ ପ୍ରଥମେ ଗୁଳି ଚଳାଇବା ସହିତ ଗ୍ରେନେଡ଼ ଫିଙ୍ଗି ଥିଲେ । କୁମ୍ବିଂ ଟିମ୍ ନିଜ ଆତ୍ମ ରକ୍ଷା ପାଇଁ ମାଓବାଦୀ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ମାଓବାଦୀ ମାନେ ଘଞ୍ଚ ଜଙ୍ଗଲରେ ଖସି ପଳାଇବାରେ ସମର୍ଥ ହୋଇଥିଲେ । ଦୁଇ ପକ୍ଷରୁ ଗୁଳି ବିନିମୟ ବନ୍ଦ ହେବା ପରେ କୁମ୍ବିଂ ଟିମ ସେହି ଜଙ୍ଗଲରେ ସର୍ଚ୍ଚ କରିଥିବା ବେଳେ ୨ ଟି ବନ୍ଧୁକ ସହିତ ଏହି ସବୁ ମାଓ ସାମଗ୍ରୀ ମିଳିଥିଲା । ତେବେ ଖସି ଯାଇଥିବା ମାଓବାଦୀ ମାନେ ସମସ୍ତେ କେକେବିଏନ୍ ଡ଼ିଭିଜନ୍ ର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ, ମାଓବାଦୀଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ଜଣେ ମିଲିସିଆକୁ ଅଟକ ରଖିଯାଇ ପଚରା ଉଚରା କରାଯାଉଛି ବୋଲି କନ୍ଧମାଳ ଏସପି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *