Tuesday , October 26 2021
Breaking News
Home / ବିଶେଷ / ପାରାଦ୍ୱୀପ ବନ୍ଦରରେ ରାଜ୍ୟର ପ୍ରଥମ ସ୍ମାର୍ଟ ପ୍ରିପେଡ୍  ଏନର୍ଜି ମିଟରର ଶୁଭାରମ୍ଭ

ପାରାଦ୍ୱୀପ ବନ୍ଦରରେ ରାଜ୍ୟର ପ୍ରଥମ ସ୍ମାର୍ଟ ପ୍ରିପେଡ୍  ଏନର୍ଜି ମିଟରର ଶୁଭାରମ୍ଭ

ପାରାଦୀପ,୨୧/୧୨/୨୦୨୦(ଓଡ଼ିଶା ସମାଚାର)- ରାଜ୍ୟରେ ପ୍ରଥମ ଥର ପାଇଁ ପାରାଦ୍ୱୀପ ବନ୍ଦରରେ ସ୍ମାର୍ଟ ପି୍ରପେଡ୍ ଏନର୍ଜି ମିଟରର ଶୁଭାରମ୍ଭ ହୋଇଛି । ସବୁଜ ବନ୍ଦର ପଦକ୍ଷେପର ଅଂଶବିଶେଷ ଓ ସ୍ଥାନୀୟ ବିପିସିଏଲ୍ ଆଉଟଲେଟ୍ ରେ ସ୍ଥାପିତ ଏହି ତିନି ପର୍ଯ୍ୟାୟ ଭିତିକ ସ୍ମାର୍ଟ ମିଟରକୁ ସୋମବାର ଦିନ ପ୍ରଥମେ ରିଚାର୍ଜ କରି ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରଏ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ, ସିଏମଇ ସରୋଜ କୁମାର ଦାସ ତଥା ପୂର୍ବତନ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜୟପୁରର ଗ୍ରାମ୍ ପାୱାର ସଂସ୍ଥା ଦ୍ୱାରା  ବନ୍ଦରରେ ଏହି ସ୍ମାର୍ଟ ମିଟର ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ସ୍ମାର୍ଟ ମିଟର ଯୋଗୁଁ ବନ୍ଦର ବିଦୁ୍ୟତ୍ ଉପଭୋକ୍ତାମାନେ ବିଦୁ୍ୟତ୍ ବ୍ୟବସ୍ଥାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅନୁଭବ କରିବେ । ଏହାଛଡା ପ୍ରକୃତ ବିଦୁ୍ୟତ ବ୍ୟବହାର ଉପରେ ନଜର ରଖିବା, ମୋବାଇଲ୍ ଫୋନ୍ ମାଧ୍ୟମରେ ପେମେଂଟ କରି ସ୍ମାର୍ଟ ମିଟରକୁ ରିଚାର୍ଜ କରିବା, ବିଲ ଦେୟର ବିବରଣୀ ସର୍ବଦା ମୋବାଇଲ୍ ଆପ୍ ଜରିଆରେ ପାଇବାକୁ ଗ୍ରାହକ ସକ୍ଷମ ହେବେ । ସ୍ମାର୍ଟ ମିଟର ଗୁଡିକ ମିଟର ରିଡିଙ୍ଗ୍ ,ବିଲିଙ୍ଗ ଓ ବିଲ୍ ବଂଟନରେ ହେଉଥିବା ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ । ବିଦୁ୍ୟତ୍ ବ୍ୟବହାରକାରୀଙ୍କ ଆବଶ୍ୟକୀୟ ବିଦୁ୍ୟତ୍ ଚାହିଦାକୁ ଲକ୍ଷ୍ୟ କରି ଏହା ଅପେକ୍ଷାକୃତ ଉତମ ଭାବେ ବିଦୁ୍ୟତ୍ ଯୋଗାଣକୁ ନିୟନ୍ତ୍ରଣ କରିବ ବୋଲି ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।   ଓଡ଼ିଶା ସମାଚାର

About admin

Check Also

ପାରାଦୀପ ବନ୍ଦର ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ

ପାରାଦୀପ ୨୬/୧୦/୨୦୨୧(ଓଡ଼ିଶା ସମାଚାର)- ମଙ୍ଗଳବାର ଦିନ ପୂର୍ବାହ୍ନରେ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ଉଦଘାଟିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *