ମାହାଙ୍ଗା,୨୧/୧୨/୨୦୨୦ (ଓଡିଶା ସମାଚାର/ଅଭୟ ଜେନା): ମାହାଙ୍ଗା “ନିଶିଗନ୍ଧା” ଭାଷା ପ୍ରତିଷ୍ଠାନ ଏବଂ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୁଲ୍ୟରେ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ଦୀପଦାନ ଓ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ତଥା ପୁରୋଧା ପଦ୍ମଶ୍ରୀ ରମାକାନ୍ତ ରଥ ,ଉପଦେଷ୍ଟା ବିଶିଷ୍ଟ ଔପନ୍ୟାସିକ ଡଃ ବିଭୁତି ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠାନର ମାର୍ଗଦର୍ଶକ ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ,ଉପଦେଷ୍ଟା ପ୍ରସନ୍ନ କୁମାର ନାୟକ,ନିଶିଗନ୍ଧାର ପ୍ରତିଷ୍ଠାତା ସୁନାମଧନ୍ୟ ସାହିତ୍ୟ ସଂଗଠକ ବଳରାମ ତରାଇ , ସଭାପତି ଚକ୍ରଧର ତ୍ରିପାଠୀ , ପଥ ପ୍ରଦର୍ଶକ ସାହିତ୍ୟିକ ପଦ୍ମନାଭ ତ୍ରିପାଠୀ, ସମ୍ପାଦିକା ସରସ୍ବତୀ ନାୟକ ଓ କରୁଣାକର ମଲ୍ଲିକ ପ୍ରମୁଖ ଭୁବନେଶ୍ୱର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଶ୍ରୀ ରାମ ମନ୍ଦିରରେ ଶହେ ଏକ (୧୦୧) ଦୀପ ପ୍ରଜ୍ବଳନ କରି ବିଶ୍ୱର ଖ୍ୟାତି ସମ୍ପନ୍ନ ସାହିତ୍ୟିକ ବରେଣ୍ୟ ମନୋଜ ଦାସଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ।
“ନିଶିଗନ୍ଧା”ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ , ସଦସ୍ୟା ମାନେ ନିଜ ଅଞ୍ଚଳରେ ଥିବା ଦେବଦେବୀଙ୍କ ପବିତ୍ର ପୀଠରେ ସାମୁହିକ ଦୀପ ଦାନ କରିବା ପାଇଁ ଆହ୍ବାନ ଦିଆଯାଇଛି।
ପ୍ରକାଶ ଥାଉକି ପଦ୍ମବିଭୂଷଣ ସାହିତ୍ୟିକ ମନୋଜ ଦାସଙ୍କ ଆରୋଗ୍ୟ ନିମନ୍ତେ ମାସସାରା ଦୀପଦାନ କରାଯିବା ପାଇଁ ସର୍ବସମ୍ମତ ନିଷ୍ପତି ନିଆଯାଇଥିଲା ।ଓଡ଼ିଶା ସମାଚାର