Saturday , October 16 2021
Breaking News
Home / ବିଶେଷ / କାଳୀ ବଜାର ରୁ ନୂଆବଜାର  ଟ୍ରାଫିକ ଜାମ – ଦିନବେଳା ବେଆଇନ ଭାରିଯାନ ଚଳାଚଳ ବନ୍ଦ ପାଇଁ ଦାବି

କାଳୀ ବଜାର ରୁ ନୂଆବଜାର  ଟ୍ରାଫିକ ଜାମ – ଦିନବେଳା ବେଆଇନ ଭାରିଯାନ ଚଳାଚଳ ବନ୍ଦ ପାଇଁ ଦାବି

ଭୁବନ ୨୧/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଛି ଜାତୀୟ ରାଜପଥ ୫୩ । କାଳୀ ବଜାର ଏକ ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ । ସହୀଦ ବାଜିରାଉତଙ୍କ ପ୍ରତିମୂର୍ତିକୁ ଟ୍ରାଫିକ ପୋଷ୍ଟ ଭାବରେ ସ୍ଥାପିତ କରାଯାଇଛି । ଜାତୀୟ ରାଜପଥ ୫୩ ଭୁବନ ଏନ.ଏ.ସି ଦେଇ ଯାଇଥିଲେ ବି ଏହି ରାସ୍ତାକୁ ନା ଏନ.ଏ.ସି ମରାମତି କରିପାରୁଛି  ନା ଜାତୀୟ ରାଜପଥ ବିଭାଗ କାମ କରୁଛି । କାଳୀବଜାର ଠାରୁ ସହିଦ ଙ୍କ ଗ୍ରାମ ନୀଳକଣ୍ଠପୁର, ବାଜିରାଉତ ପୋଲ ଦେଇ ଢେଙ୍କାନାଳ ପର୍ଯ୍ୟନ୍ତ ଲମ୍ବିଯାଇଛି ପୂର୍ତବିଭାଗ ରାସ୍ତା । ଏହି ରାସ୍ତାଟି ମଧ୍ୟ କଟକ ଜିଲାର ଟାଙ୍ଗୀ  ଠାରେ ଜାତୀୟ ରାଜପଥ ୫ (ନୂଆ ୧୬) କୁ ସଂଯୋଗ କରୁଛି । ଏନଏଚ ୫୩ ରେ ସକାଳ ୭ ଘଟିକା ଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ କେବଳ ଯାତ୍ରୀବାହୀ ବସ,କାର ଓ ଏନଏଚ କାର୍ଯ୍ୟରେ ବ୍ୟବହୃତ ଗାଡି ବ୍ୟତିତ ଅନ୍ୟ ଭାରିଯାନ ଚଳାଚଳକୁ ନିଷିଦ୍ଧ କରାଯାଇଥିବା ବେଳେ ସୁକିନ୍ଦା ଅଂଚଳରୁ ଆଠଗଡ ଅଂଚଳକୁ ଲୋଡ ହୋଇଯାଉଥିବା କ୍ରୋମାଇଟ ଟ୍ରକ ଭାୟା ମଙ୍ଗୁଳି ଦେଇ ଯିବାର ଥିଲେ ବି  କମ ଦୂରତ୍ୱ ପାଇଁ ଗାଡି ଗୁଡିକ ଏହି ରାସ୍ତାରେ ଯାତାୟତ କରୁଛି ଓ ତାଳଚେର ରୁ ଶତାଧିକ କୋଇଲା ଟ୍ରକ ଏହି କାଳୀବଜାର ଛକଦେଇ କଳିଙ୍ଗନଗର ସ୍ଥିତ ବିଭିନ୍ନ ଷ୍ଟିଲ ପ୍ଲାଣ୍ଟ କୁ ଯାଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଛି । ପଥଚାରୀ ମାନେ ହଇରାଣ ହେଉଛନ୍ତି ଓ ଧୂଳିରେ ପୋତା ପଡିଯାଉଛନ୍ତି ।  ଢେଙ୍କାନାଳ ପଟରୁ ବାଜିରାଉତ ସେତୁ ଦେଇ ଶତାଧିକ ମାଙ୍କଡା ପଥର , ଚିପ୍ସ, ବାଲି ଗାଡି ଭୁବନ ବସଷ୍ଟାଣ୍ଡ ରାସ୍ତାରେ ଯାଉଛି । ତା ସାଙ୍ଗକୁ ବିଶେଷକରି ବିଭିନ୍ନ ବାଲି ଖାଦାନରୁ ଦୈନିକ ବାଲି ବୋଝେଇ କରି ଯାତାୟତ କରୁଥିବା ଶତାଧିକ ହାଇଓା୍ୱ ଟ୍ରକ ଗୁଡିକରୁ ବାଲି ରାସ୍ତାରେ ପଡୁଛି ଓ ହାଇବ୍ୱା ଗାଡି ଚଳାଚଳ ସକାଶେ ଟ୍ରାଫିକ ସମସ୍ୟା ଗୁରୁତର ହେଉଛି । ଭାରୀଯାନ ଗୁଡିକ ଯିବାଆସିବା ଫଳରେ ରାସ୍ତା ତ ଖରାପ ହେଉଛି ତା ସାଙ୍ଗକୁ ଟ୍ରାଫିକ ଜାମ ରହୁଥିବାରୁ ଭୁବନବାସୀ ବହୁ ହଇରାଣ ହେଉଛନ୍ତି । ଟ୍ରାଫିକ ଜାମ ଯୋଗୁ ବେଳେବେଳେ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟେ ପର୍ଯ୍ୟନ୍ତ ଅଟକି ରହୁଛି ।  ଭୁବନ କାଳୀ ବଜାର ରୁ ନୂଆବଜାର ରାସ୍ତାରେ ସବୁବେଳେ ଟ୍ରାଫିକ ସମସ୍ୟା ଉପୁଜୁଛି । ତେଣୁ ଦିନବେଳା ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯିବାକୁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

କଳାହାଣ୍ଡି ଜିଲା ରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୱ ରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ,୧୫/୧୦/ ୨୦୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି ଆଇନ୍ …

Leave a Reply

Your email address will not be published. Required fields are marked *