Friday , September 29 2023
Breaking News
Home / ବିଶେଷ / ଆମ ଗାଁ ସାହିତ୍ୟ ପରିଷଦର କବିତା ପାଠୋତ୍ସବ

ଆମ ଗାଁ ସାହିତ୍ୟ ପରିଷଦର କବିତା ପାଠୋତ୍ସବ

କେନ୍ଦ୍ରାପଡା, ୨୧/୧୨/୨୦୨୦(ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ “ଆମ ଗାଁ ସାହିତ୍ୟ ପରିଷଦ” ପକ୍ଷରୁ ପୁରୁଣା ବର୍ଷ ୨୦୨୦କୁ ବିଦାୟ ଓ ନୂତନ ବର୍ଷ ୨୦୨୧କୁ ସ୍ୱାଗତ କରାଯିବା ସହିତ ଚଳିତ ଡିସେମ୍ବରମାସର ମାସିକ ବୈଠକ ସହର ସନ୍ନିକଟ ଗଣ୍ଡାଖିଆ ମା ଛୁଆଳିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିଷଦର ସଭାପତି ସଞ୍ଜୟ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସତୀର୍ଥର ମୁଖ୍ୟ ସମ୍ପାଦକ ମନ୍ମଥନାଥ ବରାଳ, ବରିଷ୍ଠ ବିପ୍ଳବୀ କବି ରାମକୃଷ୍ଣ ଦାଶ, ମେଜର ଭରତ ଚନ୍ଦ୍ର ଜେନା, ଶିକ୍ଷାବୀତ ଭରତ ଚନ୍ଦ୍ର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ କବି ଗୀତାଞ୍ଜଳି ସାହୁ ଓ ତୃପ୍ତି ଜେନା ଶ୍ଳୋକ ଆବୃତି କରିବା ପରେ ବକ୍ତାମାନେ ବିଗତ ବର୍ଷମାନଙ୍କରେ ଅନୁଷ୍ଠାନର ସଫଳତା ଓ ବିଫଳତା ଉପରେ ଆଲୋଚନା କରିଥିଲେ । ସମ୍ପାଦକ ସ୍ୱପ୍ନାଂଶୁ ଦାସ ବାର୍ଷିକ ବୀବରଣୀ ପାଠ କରିଥିଲେ । କବି ଚାରୁଲତା ଭୂୟାଁ ଓ ସହ ସମ୍ପାଦକ ଅଶୋକ କୁମାର ସାହୁଙ୍କ ମିଳିତ ସଂଯୋଜନାରେ କବି ରନôାକର ମଲ୍ଲିକ, ଦିବାକର ରାଉତ, ରାଜେଶ ଜେନା, କବିତା ମୁଦୁଲି, ରଞ୍ଜନ ବାଇ, ଟିଟିକାନ୍ତ ନାୟକ, ମଧୁସୁଦନ ନାୟକ, ନିକୁଞ୍ଜ ପୃଷ୍ଟି, ନକୁଳ ପୃଷ୍ଟି, ଅମର ରାଉତ, ଅପର୍ତି ସେଠୀ, ରଘୁନାଥ ସାହୁ, ଯାମିନୀ ଦାସ ପ୍ରମୁଖ ୩୦ରୁ ଉଦ୍ଧ୍ୱର୍ କବି ଓ କବୟତ୍ରୀମାନେ ସ୍ୱରଚିତ କବିତା ପାଠ କରିବା ପରେ ଶେଷରେ କବି ତଥା ପରିଷଦର କୋଷାଧ୍ୟକ୍ଷ ଅଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *