Wednesday , October 4 2023
Breaking News
Home / ତାଜା ଖବର / ଆକ୍ସିଡେଣ୍ଟ ରେ ଅଳ୍ପକେ ବଂଚିଗଲା ଜୀବନ

ଆକ୍ସିଡେଣ୍ଟ ରେ ଅଳ୍ପକେ ବଂଚିଗଲା ଜୀବନ

ସାଲେପୁର,୨୦/୧୨/୨୦୨୦(ଓଡିଶା ସମାଚାର/ଅଭୟ ଜେନା):ଆଜି ପୂର୍ବାହ୍ନରେ ଏକ ସଡକ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ କାର ଚାଳକ । ମାହାଙ୍ଗା ଥାନା ଅଂଚଳରୁ କଟକ ଅଭିମୁଖେ ଯାଉଥିବା ବେଳେ ସାଲେପୁର-କୁଅଁପାଳ ସଡକର ବୋଦାମୁଣ୍ଡାଇ ଛକ ନିକଟରେ ଗାଡିଟି ଦୁର୍ଘଟଣାର ଶୀକାର ହୋଇଥିଲା।
କଟକ ଜିଲ୍ଲା ମାହାଙ୍ଗା ଥାନା ପୁରୁଣାମଠ ଓସ୍ତପୁର ଅଂଚଳର ରଂଜିତ କୁମାର ଦାସ ସାଲେପୁର ସଡ଼କରେ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡିଥିଲା।
ତେବେ ସୌଭାଗ୍ୟ ବଶତଃ କାର ଚାଳକ ରଂଜିତ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଯାଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ରଂଜିତକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ପଠାଇଥିବା ଖବର ମିଳିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *