Friday , September 22 2023
Breaking News
Home / ବିଶେଷ / ଷଣ୍ଢକୁଦରେ ନୂଆ ଟର୍ମିନାଲକୁ ଯାଦବ ପରିବାର ପକ୍ଷରୁ ବିରୋଧ

ଷଣ୍ଢକୁଦରେ ନୂଆ ଟର୍ମିନାଲକୁ ଯାଦବ ପରିବାର ପକ୍ଷରୁ ବିରୋଧ

ପାରାଦୀପ ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ପାରାଦୀପ ପୋ÷ରାଂଚଳ ଅନ୍ତର୍ଗତ ଷଣ୍ଢକୁଦରେ ନିର୍ମାଣ ହେବାକୁ ଯାଉଥିବା ନୂଆ ଟର୍ମିନାଲ ନିର୍ମାଣକୁ ସ୍ଥାନୀୟ ଯାଦବ ପରିବାର ପକ୍ଷରୁ ବିରୋଧ କରାଯାଇଛି । ସଂପୃକ୍ତ ଅଂଚଳରେ ଅନେକ ପରିବାର ଗୋରୁ ମଇଁଷି ଆଦି ପାଳନ କରି ନିଜର ଜୀବିକା ଜୀବନ ନିର୍ବାହ କରୁଛନ୍ତି । ଏହା ଏକ ଜନବସତି ଅଂଚଳ । ସେଠାରେ ଏହି ପ୍ରକଳ୍ପର ନିର୍ମିତ ହେଲେ ସେଠାରେ ବାସ କରୁଥିବା ମଣିଷ ଓ ସମସ୍ତ ଗୃହପାଳିତ ପଶୁ ବିଶେଷକରି ଗୋରୁ ମଇଁଷି ଅକାଳ ମୃତ୍ୟୁମୁଖରେ ପଡ଼ିବେ । ଏଣୁ ଉକ୍ତ ଟର୍ମିନାଲ ନିମନ୍ତେ ଚୟନ ହୋଇଥିବା ଜମିକୁ ପରବର୍ତନ କରିବାକୁ ସ୍ଥାନୀୟ ଅଂଚଳର ଦୁଇ ୍ରମୁଖ ଯାଦବ ଅନୁଷ୍ଠାନ ରାଧାକୃଷ୍ଣ ଯୁବ ଯାଦବ ସଂଘ ଓ ରାଧାକୃଷ୍ଣ ଗୋ ସମିତି ପକ୍ଷରୁ ଦାବି ହୋଇଛି । ଏ ସଂକ୍ରାନ୍ତରେ ଏକ ଦାବିପତ୍ର ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୨୨ହଜାର କୋଟି ଟଙ୍କାର ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୨ଶହ ଏକର ଜମିର ଆବଶ୍ୟକତା ରହିଛି । ଏବେ ପ୍ରକଳ୍ପ ପାଇଁ ଚୟନ ହୋଇଥିବା ଚମିରେ ପାରାଦୀପ ପୌରାଂଚଳର ଷଣ୍ଢକୁଦର ୧୭,୧୮ ଓ ୧୯ ନମ୍ବର ୱାର୍ଡ଼ରେ ବାସ କରୁଥିବା ପ୍ରାୟ ୧୦ହଜାର ବାସିନ୍ଦା ନିର୍ଭର କରୁଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ଏତେ ପରିବାର କ୍ଷତିଗ୍ରସ୍ତ ହେଉଥିବାରୁ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅନ୍ୟ ସ୍ଥାନକୁ ଚୟନ କରିବାକୁ ଏହି ଅବସରରେ ସଂଗ୍ରାମ ଦାସ, ଆନନ୍ଦ ବେହେରା, ଗଦାଧର ଦାସ, ନୃସିଂହ ବହିରା ତଥା ଅନ୍ୟାନ୍ୟ କର୍ମକର୍ତା ଓ ପଡ଼ାବାସିଙ୍କ ପକ୍ଷରୁ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *