କେନ୍ଦ୍ରାପଡା, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲାଙ୍କ ୮୫ତମ ଜନ୍ମ ଜୟନ୍ତୀ ସମାରୋହ ଆଜି ଗରଦପୁର ବ୍ଲକ୍ ଅନ୍ତର୍ଗତ କୁଦାନଗରୀ ପିଠ ପର୍ଯ୍ୟଟନ ସ୍ଥଳୀରେ ଅନୁଷ୍ଠିତ ହୋଇ ଯାଇଛି । ବେଦପ୍ରକାଶ ଅଗ୍ରୱାଲା ସ୍ମୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ବେଦୁବାବୁଙ୍କ ଜ୍ୟେଷ୍ଠ କନ୍ୟା ମଧୁମତୀ ଅଗ୍ରୱାଲା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭ ଉଦଘାଟନ କରିଥିଲେ । ସ୍ମୃତି ପରିଷଦର ଆବାହକ ପ୍ରହଲାଦ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀମତୀ ଅଗ୍ରୱାଲା ତାଙ୍କ ପିତା ସ୍ୱର୍ଗତ ବେଦୁବାବୁଙ୍କ ପ୍ରତି ପାଟକୁରାର ଅଗଣିତ ଜନସାଧାରଣଙ୍କ ଥିବା ଭଲ ପାଇବା ଆଜିର ସମାରୋହରେ କର୍ମୀଙ୍କ ଉପସ୍ଥିତି ତାହା ପ୍ରମାଣିତ କରୁଛି । ତେଣୁ ଏହି କାର୍ଯ୍ୟକ୍ରମର ସଂଗଠକ ଜିଲା ବିଜେଡ଼ି ସଭାପତି ରାଜେସ ଦାସ ଓ ପାଟକୁରା ବାସୀଙ୍କ ସହିତ ମୁଁ ସବୁବେଳେ ରହିବି ବୋଲି ଶ୍ରୀମତୀ ଅଗ୍ରୱାଲା ପ୍ରକାଶ କରିଥିଲେ । ଆୟୋଜିତ ଉତସବରେ ଗରଦପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ, ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ବ୍ଲକ୍ ବିଜେଡ଼ି ସଭାପତି ଶୈଳେନ୍ଦ୍ର ମହାନ୍ତି , ଯୁବ ନେତା ତନ୍ମୟ ଶ୍ରୀକାନ୍ତ ତ୍ରିପାଠୀ, ଦିଲିପ ସେଠୀ, ସମିତି ସଭ୍ୟ ସଂଜୟ ସ୍ୱାଇଁ, ସୂର୍ଯ୍ୟକାନ୍ତ ଖୁଂଟିଆ,ଲକ୍ଷ୍ମୀ ଦାସ , ମମତା ମଲିକ , ଅମୂଲ୍ୟ ସିଂ, ହରିହର ପୃଷ୍ଟି , ଅମିୟ ରାୟ, ପୂର୍ବତନ ଜିଲା ପରିଷଦ ସଭ୍ୟ ସନ୍ତୋଷ ମାହାଳୀ ପ୍ରମୁଖ ଦେବୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପଅର୍ଘ୍ୟ ଅର୍ପଣ କରି ପାଟକୁରା ର ସାମଗ୍ରୀକ ବିକାଶ ରେ ସ୍ୱର୍ଗତ ବେଦୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଂଜନ ନାୟକ, ଶିବ ପଣ୍ଡା, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର, ସମିର ମହାପାତ୍ର, ବୁଦ୍ଧିଜିବୀ ଫକୀର ମୋହନ ସେନାପତି,ନିହାର ରଂଜନ ମିଶ୍ର, ସାମ୍ବାଦିକ ନବଘନ ନାୟକ,ସୁବାସ ଚନ୍ଦ୍ର ଖୁଂଟିଆ,ଯଶୋବନ୍ତ ପାତ୍ର, ଧିରେନ ମିଶ୍ର,ସୁବାସ ସମାଲ,ଜ୍ଞାନ ବଲଭ ମହାନ୍ତି ପ୍ରମୁଖ ସ୍ୱର୍ଗତ ବେଦୁ ବାବୁଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଫଟୋ ଚିତ୍ରରେ ପୁଷ୍ପଅର୍ଘ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରୁଥିବା ୧୦ ଜଣ ସଫଳ ବ୍ୟକ୍ତିତ୍ୱଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପୂର୍ଣ୍ଣ କୋଭିଡ଼ ନୀୟମ ପାଳନ କରାଯାଇ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର
