Saturday , December 4 2021
Home / ବିଶେଷ / ବିଶ୍ୱ ପ୍ରାର୍ଥନା ଦିବସକୁ ସମସ୍ତେ ପାଳନ କରିବାକୁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ  ଙ୍କ ନିବେଦନ 

ବିଶ୍ୱ ପ୍ରାର୍ଥନା ଦିବସକୁ ସମସ୍ତେ ପାଳନ କରିବାକୁ ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ  ଙ୍କ ନିବେଦନ 

କେନ୍ଦ୍ରାପଡା, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ଜାନୁଆରୀମାସ ପ୍ରଥମ ଦିବସକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି । ବର୍ତମାନ ସମାଜର ଅବକ୍ଷୟ ଯୋଗୁଁ ସବୁଆଡେ ଅଶାନ୍ତିର ଝଡ ସୃଷ୍ଟି ହୋଇଛି । ଅନ୍ୟାୟ, ହିଂସାକାଣ୍ଡ, ଚୋରୀ, ବ୍ୟଭିଚାର, ନାରୀ ନିର୍ଯ୍ୟାତନା ଓ ଦୁର୍ନିତୀ ଇତ୍ୟାଦି  ଯୋଗୁଁ ପରିବେଶ ଦୂଷିତ ହୋଇଗଲାଣି । ଆମ ଭିତରୁ ମାନବିକତା ଲୋପ ହୋଇ ଯିବା ସହ କୁସଂସ୍କାର ବ୍ୟାପି ଗଲାଣି । ଏପଟେ କରୋନା ମହାମାରୀ ମୃତୁ୍ୟର ତାଣ୍ଡବଲୀଳା ସାଜିଥିବା ବେଳେ ଦେଶରେ ବିଭିନ୍ନ ବିଭତ୍ସ ଦୃଶ୍ୟ ଦେଖାଦେଇ ଭୟଙ୍କର ରୂପନେଉଛି । ଏଥିରୁ ରକ୍ଷା ପାଇବା ପାଇଁ ବ୍ୟକ୍ତିଗତ, ସାମାସ୍କ ଜାତୀୟ ବା ଅନ୍ତର୍ଜାତୀୟ ସକଳ ସମସ୍ୟାର ସମାଧାନର ସୁତ୍ର ହେଉଛି ଈଶ୍ୱରଙ୍କୁ ପ୍ରାର୍ଥନା କରିବା । ଯଦି ଦେଶରେ ଶାନ୍ତି ଓ ସମୃଦ୍ଧି ଆମେ ଚାହୁଁଛେ ତେବେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଗ୍ରାମରେ ନିଶ୍ୱାର୍ଥ ଭାବେ ଆନ୍ତରିକତା ସହ ଶୁଦ୍ଧ ହୃଦୟରେ ପ୍ରାର୍ଥନା କରିବା ଉଚିତ । କଥିତ ଅଛି – “ସକଳେ ହୋଇ ଏକ ମୁଖ, ଡାକିଲେ ନାରାୟଣ ରଖ” ଶୁଦ୍ଧ ହୃଦୟରେ ସମବେତ ହୋଇ ପ୍ରାର୍ଥନା କଲେ ସେଥିରୁ ଏକ ଅଧ୍ୟାତ୍ମିକ ମହାଶକ୍ତି ଉତ୍ପନ୍ନ ହୋଇଥାଏ । ସେହି ମହାଶକ୍ତି ସମସ୍ତ ବାୟୁମଣ୍ଡଳରୁ ଦୂଷିତ ବାୟୁକୁ ନଷ୍ଟ କରିଦେଇଥାଏ । ଏହି ସମବେତ ପ୍ରାର୍ଥନାରୁ ଯେଉଁ ଆଧ୍ୟାତ୍ମିକ ସ୍ପନ୍ଦନ ସୃଷ୍ଟି ହୁଏ ତାହା ବହୁତ ଦୂରଦୁରାନ୍ତରେ ପ୍ରସାରିତ ହୋଇ ସମସ୍ତଙ୍କୁ ଶାନ୍ତି, ଶକ୍ତି ଓ ସୈାହାର୍ଦ୍ଧ୍ୟ ପ୍ରଦାନ କରିଥାଏ । ବର୍ତମାନ ଦେଶର ଘଡିସନ୍ଧି ମୁହୁର୍ତରେ ସମସ୍ତେ ମିଶି ସମବେତ ହୋଇ ସବୁ ଧର୍ମ, ସବୁ ସଂପ୍ରଦାୟ, ସବୁମତ ପ୍ରତିବର୍ଷ ଜାନୁଆରୀ ପହିଲାକୁ ବିଶ୍ୱ ପ୍ରାର୍ଥନା ଦିବସ ଭାବେ ପାଳନ କରିବାକୁ ନିବେଦନ କରାଯାଇଛି । ଏକା ଦିନରେ ଏକା ସମୟରେ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରାଯିବା ଉଚିତ । ମନ୍ଦିର, ମସଜିଦ, ଗିର୍ଜା, ଗୁରୁଦ୍ୱାର ଯେକୈାଣସି ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନରେ ନିଜ ନିଜର ଇଷ୍ଟଦେବଙ୍କ ପାଖରେ ପ୍ରାର୍ଥନା କରିବାକୁ ବିନମ୍ର ନିବେଦନ କରାଯାଇଛି । ଜାନୁଆରୀ ୧ତାରିଖ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ସମୁହ ପ୍ରାର୍ଥନା କରିବାକୁ ଅନୁରୋଧ କରାଯାଇଛି । ଏହା ବ୍ୟତିତ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଦୈନିକ ପ୍ରାର୍ଥନା ସମୟରେ ବିଶ୍ୱ ଶାନ୍ତି ପାଇଁ ୨ମିନିଟ ପ୍ରାର୍ଥନା କରାଯିବା ନିମନ୍ତେ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ନିବେଦନ କରାଯାଇଛି । ପ୍ରାର୍ଥନାରତ ଦୁଇହାତର ଶକ୍ତି ଅସୀମ ଏହା ପରମାଣୁ ବୋମାକୁ ବି ନିଷ୍କ୍ରୀୟ କରିଦେଇଥାଏ । ପ୍ରାର୍ଥନା ସମୟରେ ମୁହଁରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷ  ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ସମସ୍ତ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *