ନିଶ୍ଚିନ୍ତକୋଇଲି ,୨୦/୧୨/୨୦୨୦(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ପିଁପୁର ଠାରେ ୧୯ତମ ବିଜୁ ସ୍ମାରକୀ ଚାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇ ଯାଇଛି । ପିଁପୁର ଓ ଉତରକୂଳ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ଆୟାଜିତ ଏହି ଚାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ରେ ୨୦ ଗୋଟି ଟିମ୍ ଭାଗ ନେଇଥିଲେ । ଫାଇନାଲକୁ ଉନ୍ନୀତ ହୋଇଥିବା ରାଇଜିଙ୍ଗ ଷ୍ପୋଟିଙ୍ଗ କ୍ଲବ୍ ଗୋତରା ପ୍ରଥମେ ବ୍ୟାଟିଙ୍ଗ କରି ୧୩ ଓଭରରେ ୧୨୭ ରନ୍ କରି ଚମ୍ପିଆନ ହୋଇଥିବାବେଳେ ଫାଇଭ ଷ୍ଟାର କ୍ରିକେଟ ଟିମ୍ ଅସୁରେଶ୍ୱର ମଲିପୁର ସମସ୍ତ ଉଇକେଟ ହରାଇ ୯୪ ରନ୍ କରି ରନର୍ସ ଅପ୍ ହୋଇଥିଲା ।
ଉଦଯାପନ ଉତ୍ସବରେ ଉତରକୂଳ ସରପଂଚ ଦିଲିପ ବିଶ୍ୱାଳ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା କି୍ରକେଟ ଟିମ୍ ର ପ୍ରାକ୍ତନ ଅଧିନାୟକ ଅଂଶୁମାନ ମିଶ୍ର , ମୁଖ୍ୟ ବକ୍ତା ଭାବେ ଯୁବ ଓ କ୍ରୀଡ଼ା ବିଭାଗ ଅଧିକାରୀ ରାଜଶ୍ରୀ ନିବାସ ସିଂ, ସମ୍ମାନୀତ ଅତିଥି ଭାବେ ବିଧାୟକଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ସମିତି ସଭ୍ୟ ମନୋଜ ମହାନ୍ତି , ବରିଷ୍ଠ ସାମ୍ବାଦିକ ବିଭୂତି ଭୁଷଣ ମଲ ଯୋଗ ଦେଇଥିଲେ । ଶେଷରେ ଜଇରାମ ପରିଜା ଧନ୍ୟବାଦ ଦେଇଥିଲେ । ଚନ୍ଦ୍ର ଶେଖର ମହାନ୍ତି ନାଗାର୍ଜୁନ ରଥ,ପଙ୍କଜ ରାଉତ,ଦୁର୍ଗାପ୍ରସାଦ ଦାସ,ରାକେଶ,ବିଦ୍ୟୁତ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ବିଭୂତି ଭୁଷଣ ମହାନ୍ତି ଧାରା ବିବରଣୀ ପ୍ରଦାନ କରିଥିବାବେଳେ ସୁଶିଲ,ଧୋକ,ନାଲୁ,ଚଗଲା,ହାପି, ଚିକୁ,ମନୋଜ , ଶିଶିର ପ୍ରମୁଖ ସହଯୋଗ କରିଥିଲେ । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ମଲିପୁର ର ଶଶାଙ୍କ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ଗୋତରାର ପ୍ରତ୍ୟୃୁଷ ପ୍ରଧାନ ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ । ୨୦୧୯ ମସିହାରେ ସମସ୍ତ ଖେଳ ସରିଥିଲେ ମଧ୍ୟ ଲଘୁଚାପ ଜନିତ ବର୍ଷା ଯୋଗୁ ଉଦଯାପନୀ ଉତ୍ସବ ହୋଇ ପାରିନଥିଲା । ତେବେ ୨୦୧୯ ଫାଇନାଲ ଖେଳରେ ୟୁଏମଜି ସି ତେଣ୍ଡାକୁଡ଼ା ଚମ୍ପିଆନ ହୋଇଥିଲାବେଳେ ରାଇଜିଙ୍ଗ ଷ୍ପୋଟିଙ୍ଗ କ୍ଲବ ଗୋତରା ରନର୍ସ ଅପ୍ ହୋଇଥିଲା । ଓଡ଼ିଶା ସମାଚାର
Home / କ୍ରୀଡ଼ା / ବିଜୁ ସ୍ମାରକୀ ଚାଲେଂଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ- ରାଇଜିଙ୍ଗ ଷ୍ପୋଟିଙ୍ଗ କ୍ଲବ୍ ଗୋତରା ଚମ୍ପିଆନ