Wednesday , October 4 2023
Breaking News
Home / ବିଶେଷ / ବନ୍ଦଘରୁ ମା’ ଝିଅଙ୍କ ମୃତଦେହ ମିଳିବା ଘଟଣା – ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ

ବନ୍ଦଘରୁ ମା’ ଝିଅଙ୍କ ମୃତଦେହ ମିଳିବା ଘଟଣା – ହତ୍ୟା ଅଭିଯୋଗ ଆଣିଲେ ମୃତାଙ୍କ ଭାଇ

କଟକ, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ବିଡ଼ାନାସି ଥାନା ଅନ୍ତର୍ଗତ ସେଲଟାର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରୁ ଶୁକ୍ରବାର ବନ୍ଦ ଘରୁ ମିଳିଥିବା ମା’ ଓ ଝିଅଙ୍କ ମୃତଦେହ ଘଟଣାରେ ମୃତାଙ୍କ ଭାଇ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତା ମନସ୍ମିତା ଓରଫ ବନସ୍ମିତାଙ୍କ ଭାଇ ଅମରେନ୍ଦ୍ର ଓଝା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଉଭୟ ମା’ ଓ ଝିଅର ବ୍ୟବଚ୍ଛେଦ କରାଯିବାପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନାଧିକାରୀ ଲକ୍ଷ୍ମୀ ନାରାୟଣ ତିୱାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଏକ ବନ୍ଦ ଘରୁ ମା’ ଓ ଝିଅଙ୍କ ମୃତଦେହ ମିଳିଥିଲା । ଝିଅଟି ମାତ୍ର ୭ ମାସର ଏବଂ ମା’ ଜଣେ ବ୍ୟାଙ୍କ କର୍ମଚାରୀ । ମା’ର ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଚଟାଣରେ ପଡ଼ିଥିଲା ଝିଅର କ୍ଷତାକ୍ତ ମୃତଦେହ । ସେଲଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀ କ୍ୱାର୍ଟର ନମ୍ବର ସି ୩/୩ରେ ଷ୍ଟେଟ୍ ବ୍ୟାଙ୍କର କର୍ମଚାରୀ ମନସ୍ମିତା ଓଝା(୩୫) ରହୁଥିଲେ । ତାଙ୍କର ଗୋଟିଏ ୭ ମାସର ଝିଅ ରହିଥିଲା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଜାଇକାରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ସ୍ୱାମୀଙ୍କ ଅନୁପସ୍ଥିତିରେ ମନସ୍ମିତା ତାଙ୍କ ଝିଅର ମୃତ ଦେହ ଉଦ୍ଧାର କରାଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି କବାଟ ଭାଙ୍ଗି ମୃତଦେହ ଜବତ କରିଥିଲା । ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ପାରିପାଶ୍ୱିର୍କ ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲା ।
ମୃତୁ୍ୟର ସଠିକ୍ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନଥିଲେ ମଧ୍ୟ ଝିଅଟି ମାନସିକ ସମସ୍ୟା ରହିଥିବା ଓ ଅସ୍ତ୍ରୋପଚାର ପରେ ମଧ୍ୟ ତା’ର ବିକାଶ ନହେବାରୁ ମାନସିକ ଚାପରେ ଝିଅକୁ ମାରିବାପରେ ସେ ଆତ୍ମହତ୍ୟା କରିଥାଇପାରିଥାନ୍ତି ବୋଲି ପୁଲିସ ସନ୍ଦେହ କରୁଛି । ତେବେ ପୁଲିସ ପାଖ ପଡ଼ିଶାଙ୍କୁ ପଚାରି ବୁଝି ପାରିପାଶ୍ୱିର୍କ ପରିସ୍ଥିତି ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *