Saturday , October 16 2021
Breaking News
Home / କୃଷି / ଦିଲ୍ଲୀ ଚଲୋ ଆନ୍ଦୋଳନରେ ସହିଦ ହୋଇଥିବା କୃଷକ ଯୋଦ୍ଧାଙ୍କ ସ୍ମୃତିରେ କେନ୍ଦ୍ରାପଡାରେ ଶ୍ରଦ୍ଧାଞ୍ଜଳୀ ଦିବସ ପାଳିତ

ଦିଲ୍ଲୀ ଚଲୋ ଆନ୍ଦୋଳନରେ ସହିଦ ହୋଇଥିବା କୃଷକ ଯୋଦ୍ଧାଙ୍କ ସ୍ମୃତିରେ କେନ୍ଦ୍ରାପଡାରେ ଶ୍ରଦ୍ଧାଞ୍ଜଳୀ ଦିବସ ପାଳିତ

କେନ୍ଦ୍ରାପଡା, ୨୦/୧୨/୨୦୨୦(ଓଡ଼ିଶା ସମାଚାର)- ସର୍ବ ଭାରତୀୟ ସ୍ତରରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରା ଏବଂ ଅଖିଳ ଭାରତ କୃଷକ ସମନ୍ୱୟ ସମିତି ର ସମନ୍ୱୟରେ ସାରା ଦେଶ ବ୍ୟାପି ସହିଦ କୃଷକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ପୁରୁଣା ବସଷ୍ଠାଣ୍ଡସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧି, ସମ୍ବିଧାନ ପ୍ରଣେତା ଆମ୍ବେଦକର ଓ ନେତାଜୀ ସୁବାଷ ବୋଷଙ୍କ ମୂର୍ତୀ ନିକଟରେ ଓଡିଶା କୃଷକ ସଭା, ଅଖିଳ ଭାରତ କୃଷକ ସଭା, ନବ ନିର୍ମାଣ କୃଷକ ସଂଗଠନ, କିଷାନ କଂଗ୍ରେସ, ଅଖିଳ ଭାରତ କୃଷକ ମହାସଭା ପକ୍ଷରୁ ମିଳିତ ଭାବେ ସହିଦ ମାନଙ୍କ ପ୍ରତି ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଶା କୃଷକ ସଭାର ଜିଲ୍ଲା ନେତା ମାଧବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ନେତୃତ୍ୱ ନେଇଥିଲେ ସିପିଆଇ(ଏମ୍) ର ଜିଲ୍ଲା ସଂପାଦକ ଗୟାଧର ଧଳ, ସିପିଆଇର ଜିଲ୍ଲା ସଂପାଦକ ରମଣୀ ରଞ୍ଜନ ରାଉତରାୟ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ଉପଦେଷ୍ଟା ଦାଶରଥୀ ସାହୁ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଅଖିଳ ଭାରତ କୃଷକ ମହାସଭାର ଜିଲ୍ଲା ସଂପାଦକ ପ୍ରକାଶ ଚନ୍ଦ୍ର ମଳିକ ଓ କେନ୍ଦ୍ରାପଡା ବିକାଶ ସାମୁଖ୍ୟର ସଂପାଦକ ଅଧ୍ୟାପକ ଅଜୟ ସାମଲ ଓ ପୂର୍ବତନ କାଉନସିଲର ଧରଣୀଧର ସୁଆର  । କରପୋରେଟ ସପକ୍ଷବାଦୀ, ଆମ୍ବାନୀ ଆଦାନୀଙ୍କ ନିର୍ଦ୍ଧେଶିତ ଏବଂ କୃଷି ଓ କୃଷକ ବିରୋଧୀ ୩ଟି କଳା କୃଷି ଆଇନ ଯଥା-ଖାଉଟି ଏବଂ କୃଷକ ବିରୋଧୀ ଅତ୍ୟାବଶ୍ୟକୀୟ ସାମଗ୍ରୀ(ସଂଶୋଧନ)ଆଇନ ରଦ୍ଧ କରିବା, କୃଷକ ସର୍ବନାଶକାରୀ, କୃଷି ଧ୍ୱଂସକାରୀ ଏବଂ କରପୋରେଟ ସର୍ବସ୍ୱ କଣ୍ଟ୍ରାକ୍ଟ ଫାର୍ମିଂ ଆଇନ, ପ୍ରାଇଭେଟ ମଣ୍ଡି ଆଇନ ରଦ୍ଧ କରିବା, କୃଷକ ବିରୋଧୀ, ଜନ ବିରୋଧୀ ବିଦୁ୍ୟତ୍ ସଂଶୋଧନ ବିଲ ୨୦୨୦ ପ୍ରତ୍ୟାହାର କରିବା, କଳାବଜାରି-ମହଜୁଦକାରୀଙ୍କ ଲୁଣ୍ଠନ ପାଇଁ ଉଦ୍ଧିଷ୍ଟ ଖାଉଟି ବିରୋଧୀ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବାତିଲ କରିବା ଦାବିରେ ଦୀର୍ଘ ୨୫ଦିନ ଧରି ୩ଡିଗ୍ରୀ ସେଲସିୟସ୍ ଉତାପରେ ଦିଲ୍ଲୀ ସହରର ଚାରିପଟରୁ ଘେରି ରହିଥିବା ଲକ୍ଷ ଲକ୍ଷ ଚାଷୀଙ୍କ ମଧ୍ୟରୁ ୪୦ଜଣ ଚାଷୀ ମୃତୁ୍ୟବରଣ କରି ସହିଦ ହୋଇ ସାରିଲେଣି । ଏପର୍ଯ୍ୟନ୍ତ ମୋଦି ସରକାର କୈାଣସି କଥା ଶୁଣୁନାହାନ୍ତି । ଯେପର୍ଯ୍ୟନ୍ତ ମୋଦୀ ସରାକର ଏ ଆଇନ କୁ ପ୍ରତ୍ୟାହାର କରିବେ ନାହିଁ ସେ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚାଲୁ ରହିବ ବୋଲି ୫୦୦ରୁ ଉଦ୍ଧ୍ୱର୍ କୃଷକ ସଂଗଠନ ଘୋଷଣା କରିଛନ୍ତି । ଏହି ଆନ୍ଦୋଳନରେ ସହିଦ ହୋଇଥିବା କୃଷକ ମାନଙ୍କ ସ୍ମୃତିରେ ଆଜିର ସଭାରେ ଅଖିଳ ଭାରତ କୃଷକ ସଭାର ନେତା ଆଦିକନ୍ଦ ରାଉଳ, ଏ.ଆଇ. ଟି.ୟୁ.ସି. ର ସଭାପତି ବାବାଜୀ ଧଳ, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଦୋଳ ଗୋବିନ୍ଦ ସାହୁ,  ନିଖିଳ ଉକôଳ ଗ୍ରାମୀଣ ଚାଷୀ ମୂଲିଆ ସଂଗଠନର ଜିଲ୍ଲା ସଭାପତି ଫକିର ଚରଣ ଖଟୁଆ, ଆଇଏନଟିୟୁସି ର ଜିଲ୍ଲା ସଭାପତି ମୁକ୍ତାର ଖାଁ, ସିଆଇଟିୟୁର ଜିଲ୍ଲା ସଂପାଦକ ଜଗତ ଜୀବନ ଦାସ, କୃଷକ ନେତା ବସନ୍ତ କୁମାର ସେଠୀ, କିଶାନ କଂଗ୍ରେସର ନେତା ମହେନ୍ଦ୍ର କୁମାର ପରିଡା, କର୍ମଚାରୀ ନେତା ଅମିୟ ନାୟକ, ହୃଷିକେଶ ନାୟକ, ରବିନ୍ଦ୍ର ମହାପାତ୍ର, ରାଜ କିଶୋର ରାଉତ, ସୁରେଶ ପଟ୍ଟନାୟକ, ଗୋବିନ୍ଦ ପୃଷ୍ଟି, ରମେଶ ସାହୁ, ରାମଚନ୍ଦ୍ର ରାଉତ, ସୟଦ ମୁକ୍ତାର ଅଲ୍ଲୀ, ଗୋବିନ୍ଦ ସେଠୀ, ଜୟନ୍ତ ଲେଙ୍କା, ରାକେଶ ପରିଡା, ସେକ ଲିଆକତ ପ୍ରମୁଖ ସହିଦ ମାନଙ୍କ ପ୍ରତି ଶୋକ ପ୍ରକାଶ କରିବା ସହିତ ମୋଦୀ ସରକାରର ଜନ ବିରୋଧୀ ନୀତି ବିରୋଧରେ ତୀବ୍ର ସମାଲୋଚନା କରିଥିଲେ । ବକ୍ତାମାନେ ଏହି ଆନ୍ଦୋଳନକୁ ଗାଁ ଗାଁରେ ସଭା କରି ଆଗେଇ ନେବାକୁ ଶପଥ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ରାପଡାରେ କ୍ୟାଣ୍ଡେଲ ଶୋଭାଯାତ୍ରା

କେନ୍ଦ୍ରାପଡ଼ା, ୧୩/୧୦/୨୦୨୧(ଓଡ଼ିଶା ସମାଚାର)- ଉତରପ୍ରଦେଶର ଲକ୍ଷ୍ମୀପୁର ଖିରୀ ଠାରେ ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ ଉପରେ କେନ୍ଦ୍ର ଗୃହ ରାଷ୍ଠ୍ରମନ୍ତ୍ରୀଙ୍କ ପୁଅ …

Leave a Reply

Your email address will not be published. Required fields are marked *